ଓଡ଼ିଆ ନ୍ୟୁଜ୍: ମହାପ୍ରଭୁଙ୍କ ପାଇଁ ନୂଆ ଅଳଙ୍କାର ସମସ୍ତେ ଚାହାଁନ୍ତି କହିଲେ ଆଇନ ମନ୍ତ୍ରୀ।ମହାପ୍ରଭୁ ଇଚ୍ଛା କଲେ ହିଁ ଏହା ସମ୍ଭବ ହୋଇପାରିବ।ଯଦି ମହାପ୍ରଭୁ ଇଚ୍ଛା କରିବେ ସିଏ ହିଁ ବାଟ ଦେଖାଇବେ। ଆମର ବି ଇଚ୍ଛା ଅଛି ଅଳଙ୍କାର ନୂଆ ହେଉ ବୋଲି କହିଲେ ପୃଥ୍ବୀରାଜ ହରିଚନ୍ଦନ। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ନୂଆ ଅଳଙ୍କାର ପରିଧାନ କରାଇବା ନେଇ ଭକ୍ତଙ୍କ ମଧ୍ୟରେ ଦୀର୍ଘ ଦିନର ଆକାଂକ୍ଷା ଜାରି ରହିଥିବା ବେଳେ, ଓଡ଼ିଶାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରବିବାର କହିଛନ୍ତି ଯେ, ଏହି ଅଳଙ୍କାର ପରିବର୍ତ୍ତନ କେବଳ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଇଚ୍ଛା ଅନୁସାରେ ହିଁ ସମ୍ଭବ।
ମନ୍ତ୍ରୀ ହରିଚନ୍ଦନ କହିଛନ୍ତି, “ସମସ୍ତେ ମହାପ୍ରଭୁଙ୍କ ପାଇଁ ନୂଆ ଅଳଙ୍କାର ଚାହୁଁଛନ୍ତି। କିନ୍ତୁ, ଯଦି ଶ୍ରୀଜଗନ୍ନାଥ ଇଚ୍ଛା କରନ୍ତି, ତେବେ ଏହା ସମ୍ଭବ ହେବ।” ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ନୂଆ ଅଳଙ୍କାର ପାଇଁ ଭକ୍ତଙ୍କ ଆକାଂକ୍ଷା ଦିବ୍ୟ ଇଚ୍ଛା ସହ ଜଡ଼ିତ