ଓଡ଼ିଆ ନ୍ୟୁଜ୍: ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟଙ୍କୁ ପୁଣି ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ଦାୟିତ୍ବ।ନିଯୁକ୍ତି ନେଇ ରାଜଭବନ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି।ନୂଆ କୁଳପତି ନିଯୁକ୍ତି ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ। ସେ ନୂଆ କୁଳପତି ନିଯୁକ୍ତି ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ।
ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତ ୨୨ ତାରିଖରେ ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟଙ୍କ ନିଯୁକ୍ତି ରଦ୍ଦ ହୋଇଥିଲା। ପୁରୁଣା ବିଶ୍ବବିଦ୍ୟାଳୟ ଆଇନ ଅନୁସାରେ ରଦ୍ଦ ହୋଇଥିଲା ନିଯୁକ୍ତି। ଗତ କ୍ୟାବିନେଟ୍ରେ ବିଶ୍ବବିଦ୍ୟାଳୟ ଆଇନ ସଂଶୋଧନ ପରେ ପୁନଃ ନିଯୁକ୍ତି ଦେଲେ କୁଳାଧିପତି।