ଓଡ଼ିଆ ନ୍ୟୁଜ୍: ଜାନୁଆରୀ ୧ରୁ ହେବ କଡ଼ାକଡ଼ି ହେବ ପଲ୍ୟୁସନ ସାର୍ଟିଫିକେଟର ଯାଞ୍ଚ । ସୂଚନା ଦେଲେ ପରିବହନ କମିଶନର ଅମିତାଭ ଠାକୁର।MVI ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ସଡ଼କ ସୁରକ୍ଷା ନିୟମ ମାନନ୍ତୁ, ଦୁର୍ଘଟଣା ହେବନି।ସବୁ ପେଟ୍ରୋଲ ପମ୍ପ ମାଲିକ ଓ ଡିଲରଙ୍କ ସହ ଆଲୋଚନା କରିଛୁ। PUC ସାର୍ଟିଫିକେଟ ବାବଦରେ ଆଉଟଲେଟ୍ରେ ଲେଖିବାକୁ କହିଛୁ।PUC କରାଇବାକୁ ସେମାନେ ଆଉଟ୍ଲେଟ୍ରେ ଲେଖିବେ। ଏବେବି ସମୟ ଅଛି, PUC ସାର୍ଟିଫିକେଟ କରାଇ ନିଅନ୍ତୁ। ପରିବହନ କମିଶନର ଏହି ଅଭିଯାନ ଜାନୁଆରୀ ୩୧ ଯାଏ ଚାଲିବ। ଯାଞ୍ଚରେ ଯେଉଁ ଗାଡ଼ିର ବୈଧ ପିୟୁସି ନଥିବ, ସେମାନଙ୍କୁ ପେଟ୍ରୋଲ ଡିଜେଲ ମିଳିବନି। ଏନେଇ ସୋମବାର ପରିବହନ ବିଭାଗ, ତୈଳ କମ୍ପାନି ଓ ଡିଲର ସଂଘ ମଧ୍ୟରେ ବୈଠକ ପରେ ସୂଚନା ଦେଇଛନ୍ତି ପରିବହନ କମିଶନର ଅମିତାଭ ଠାକୁରଙ୍କ ସୂଚନା ଦେଇଛନ୍ତି।
ସୂଚନାଥାଉକି, ବାୟୁ ଗୁଣବତ୍ତାର ସ୍ଥିତିକୁ ଦୃଷ୍ଟିରେ ରଖି ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ପ୍ରାଧାନ୍ୟ ଦେଉଛନ୍ତି ସରକାର । ଏଥିପାଇଁ ମୋଟର ଯାନ ନିୟମ ଉଲ୍ଲଙ୍ଘନ କରି ପ୍ରଦୂଷଣ ସୃଷ୍ଟି କରୁଥିବା ଯାନ ଉପରେ ଅଙ୍କୁଶ ଲଗାଇବାକୁ, ବାଣିଜ୍ୟ ଓ ପରିବହନ ବିଭାଗ ପଦକ୍ଷେପ ନେଇଛି। ଯେଉଁ ମୋଟର ଯାନର ବୈଧ ପ୍ରଦୂଷଣ ପ୍ରମାଣପତ୍ର ନାହିଁ ସେମାନଙ୍କୁ କୌଣସି ପେଟ୍ରୋଲ ପମ୍ପରେ ତେଲ ନ ଦେବାକୁ ନିର୍ଦ୍ଦେଶ ଦେଇଛି ପରିବହନ ବିଭାଗ।