PUCC ଦ୍ବନ୍ଦ୍ବ: ହାଇକୋର୍ଟଙ୍କ ନୋଟିସ୍‌

0

ଓଡ଼ିଆ ନ୍ୟୁଜ୍: PUCC ଦ୍ବନ୍ଦ୍ବ; ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍‌। ଏ ସମ୍ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ନୋଟିସ୍‌। ପରିବହନ କମିଶନରଙ୍କୁ ୨ ସପ୍ତାହ ଭିତରେ ସତ୍ୟପାଠ ନିର୍ଦ୍ଦେଶ।ଚାଲାଣ ନ ଭରିଲେ PUCC ମିଳିବନି ଦ୍ବନ୍ଦ୍ବକୁ ନେଇ ନୋଟିସ୍‌। ୩ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ କହିଲେ ହାଇକୋର୍ଟ। ଏନେଇ ପରିବହନ ଆୟୁକ୍ତ ଆସନ୍ତା ୨ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି । ତା ସହ ରାଜ୍ୟ ସରକାରଙ୍କ ଠାରୁ ମଧ୍ୟ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି ହାଇକୋର୍ଟ ।

ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ଗାଡିର ଇନ୍ଧନ ମିଳିବ ନାହିଁ ଏବଂ ସାର୍ଟିଫିକେଟ୍ ହାସଲ କରିବାକୁ ହେଲେ ସମସ୍ତ ପୁରୁଣା ଜରିମାନା ଦେବାକୁ ହେବ ବୋଲି ପରିବହନ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଛି । ଯାହାକୁ ଚ୍ୟାଲେଞ୍ଜ କରି ଭୁବନେଶ୍ୱର ବାସିନ୍ଦା ସ୍ନିଗ୍ଧା ପାତ୍ର ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । ଦାୟର ପିଟିସନରେ ସେ ଉଲ୍ଲେଖ କରିଛନ୍ତି ଯେ, ଯଦି କେହି ଗାଡ଼ି ଚାଳକ ନିର୍ଦ୍ଧିଷ୍ଟ ସମୟ ଭିତରେ ପ୍ରଦୂଷଣ ପ୍ରମାଣପତ୍ର କରିପାରିନାହାନ୍ତି । ତେବେ ନିୟମ ଅନୁସାରେ ତାଙ୍କ ଉପରେ ଫାଇନ କରାଯାଇପାରିବ । କିନ୍ତୁ ତେଲ ଦିଆଯିବ ନାହିଁ ବୋଲି କହିବା ଆଇନସଙ୍ଗତ ନୁହେଁ ।

Leave A Reply

Your email address will not be published.