ରାଜସ୍ଥାନ ରୟାଲ୍ସକୁ ୧୦ ରନରେ ହରାଇଲା ପଞ୍ଜାବ କିଙ୍ଗସ୍

0

ଓଡ଼ିଆ ନ୍ୟୁଜ୍: ଆଇପିଏଲ ୨୦୨୫ର ୫୯ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୧୦ ରନରେ ହରାଇଦେଇଛି ପଞ୍ଜାବ କିଙ୍ଗସ୍ । ୨୨୦ ରନର ପିଛା କରିବାକୁ ଯାଇ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୨୦୯ ରନ ହିଁ କରିପାରିଥିଲା । ରାଜସ୍ଥାନ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ୫୦ ରନ କରିଥିବାବେଳେ ବୈଭବ ସୂର୍ଯ୍ୟବଂଶୀ ୪୦ ରନ କରିଥିଲେ । ସେହିପରି ଧ୍ରୁବ ଜୁରେଲ ୫୩ ରନର ପାଳି ଖେଳିଥିଲେ । ଏହି ମ୍ୟାଚରେ ପଞ୍ଜାବ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ।କିନ୍ତୁ ଆରମ୍ଭରୁ ଦଳ ବେଶ କେତୋଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ପ୍ରିୟାଂଶ ଆର୍ଯ୍ୟା ୯ ରନ, ପ୍ରଭସିମରନ ସିଂ ୨୧ ରନ ଓ ମିଚେଲ ଓଓ୍ବେନ୍ ୦ ରନ କରି ଆଉଟ ହୋଇଥିଲେ ।

ତେବେ ନିହାଲ ଓ୍ବାଧେରାଙ୍କ ୭୦ ରନର ଏକ ଲଢୁଆ ଇନିଂସ ପଞ୍ଜାବକୁ ବିପଦ ମୁକ୍ତ କରିଥିଲା ଓ ସ୍କୋରକୁ ଏକ ସୁରକ୍ଷିତ ସ୍ତରକୁ ନେଇଯାଇଥିଲା ।ଅଧିନାୟକ ଶ୍ରେୟସ ଆୟର ୩୦ ରନ କରିଥିବାବେଳେ ଶଶାଙ୍କ ସିଂ ଅପରାଜିତ ୫୯ ରନ କରିଥିଲେ । ସେହିପରି ଅଜମାତୁଲ୍ଲା ଓମର୍ତଜାଇ ୨୧ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୨୧୯ ରନ କରିଥିଲା । ରାଜସ୍ଥାନ ପକ୍ଷରୁ ତୁଷାର ଦେଶପାଣ୍ଡେ ୨ଟି ଓ୍ବିକେଟ ନେଇଥିବାବେଳେ ରିୟାନ ପରାଦ, ଆକାସ ମାଧଓ୍ବଲ ଓ କ୍ବେନା ମଫାକା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

Leave A Reply

Your email address will not be published.