ଓଡ଼ିଆ ନ୍ୟୁଜ୍:ପୁରୀରେ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା।‘ବାହୁଡ଼ା, ସୁନାବେଶ, ନିଳାଦ୍ରୀବିଜେ ପରି ୩ଟି ବଡ଼ ପର୍ବ ଆସୁଛି।‘ସବୁକିଛି ଶୃଙ୍ଖଳାର ସହ ଶେଷ ପାଇଁ ଆଲୋଚନା ହୋଇଛି’।‘ଗୁଣ୍ଡିଚା ଦିନର ତ୍ରୁଟି ପାଇଁ ପଦକ୍ଷେପ ନିଆଯାଇଛି’।‘ଆଗାମୀ ଦିନରେ କିପରି ତ୍ରୁଟି ନ ହେବ ତାହାକୁ ଗୁରୁତ୍ବ’‘ଭିଡ଼ ହେବ, ଯେତେ ଲୋକ ଆସିଲେ ବି ସୁପରିଚାଳନା କରାଯିବ’।‘ଅଭିଜ୍ଞତା ଥିବା ଅଧିକାରୀଙ୍କୁ ରଥଯାତ୍ରା ପରିଚାଳନା ଦାୟିତ୍ବ ଦିଆଯାଇଛି’। ମହାପ୍ରଭୁଙ୍କ ଶୃଙ୍ଖଳିତ ଯାତ୍ରା ଓ ଦର୍ଶନ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ପୁରୀରେ ପ୍ରଶାସନିକ ଅଧିକାରୀ, ସେବାୟତ ଓ ବିିଭିନ୍ନ ନିଯୋଗ ସହିତ ସମୀକ୍ଷା ବୈଠକ କରିଛନ୍ତି।
ସମୀକ୍ଷା ପରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଆମ ଆଗରେ ବାହୁଡ଼ାଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେ ଭଳି ବଡ଼ ଯାତ୍ରାର ପରିଚାଳନା ପାଇଁ ଚ୍ୟାଲେଞ୍ଜ ରହିଛି। ଏହି ତିନି ଯାତ୍ରାରେ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ସମାଗମ ହେବ। ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇପାରେ। କିନ୍ତୁ ଟ୍ରାଫିକ୍ର ସୁପରିଚାଳନା ପାଇଁ ଆଲୋଚନା ହୋଇଛି। ଆଗାମୀ ଦିନରେ ଆୟୋଜନ ହେବାକୁ ଥିବା ମହାପ୍ରଭୁଙ୍କ ଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ହେବ। କିନ୍ତୁ ଭିଡ଼କୁ ସଫଳ ପରିଚାଳନା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଟ୍ରାଫିକ ପରିଚାଳନା ପାଇଁ ମଧ୍ୟ ଆଲୋଚନା ହୋଇଛି।
ଭୁବନେଶ୍ବରରୁ ପୁରୀ ଓ କୋଣାର୍କରୁ ପୁରୀ ରାସ୍ତାକୁ ଅଧିକ ଗୁରୁତ୍ବ ଦିଆଯାଇଛି। ଏହି ଦୁଇଟି ରାସ୍ତାରେ ପ୍ରବଳ ଭିଡ଼ ରହିବାର ସମ୍ଭାବନା ରହିଛି। ଏଥର ଭିଡ଼କୁ ପରିଚାଳନା ପାଇଁ ପ୍ରସ୍ତୁତି ଜୋର କରାଯାଇଛି। ରଥଯାତ୍ରାକୁ ସଫଳ ପରିଚାଳନା କରିପାରିବା ଭଳି ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସେବାୟତମାନେ ସେମାନଙ୍କର ସମସ୍ୟା ସଂପର୍କରେ ଦରଖାସ୍ତ ମାଧ୍ୟମରେ ଜଣାଇଛନ୍ତି।
ରଥଯାତ୍ରା ଓ ଅନ୍ୟ ସମୟରେ ହେଉଥିବା କାର୍ଯ୍ୟକ୍ରମ ଉପରେ ସକରାତ୍ମକ ଭାବରେ ଆଲୋଚନା ହୋଇଛି। ସେବାୟତମାନେ ସେମାନଙ୍କର ଦାବି ରଖିଛନ୍ତି। ସେବାୟତମାନଙ୍କର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାର ଖୋଲା ଅଛି। ଅନ୍ୟପଟରେ ମହାପ୍ରଭୁଙ୍କ ଯାତ୍ରା ସଫଳ କରିବା ପାଇଁ ଆମେ ଚେଷ୍ଟା କରିବୁ ବୋଲି ସେବାୟତ ସଂଘ ପକ୍ଷରୁ କୁହାଯାଇଛି।