୧୪ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି

0

ଓଡ଼ିଆ ନ୍ୟୁଜ୍: ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ଜୁଲାଇ ୧୪ ତାରିଖରେ ସେ ଓଡ଼ିଶା ଆସିବେ ବୋଲି ଜଣାପଡିଛି। ରାଷ୍ଟ୍ରପତି ଭୁବନେଶ୍ୱର ଏମ୍ସ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏହାସହ ୧୫ରେ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗଦେବେ। କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ସହ ରେଭେନ୍ସା ବାଳିକା ବିଦ୍ୟାଳୟର ଶିଳାନ୍ୟାସ କରିବେ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.