ଓଡ଼ିଆ ନ୍ୟୁଜ୍: ସମୁଦ୍ରରେ ବୁଡ଼ି ଯାଉଥିବାବେଳେ ୫ ପର୍ଯ୍ୟଟକ ଉଦ୍ଧାର।ପ୍ରଥମେ ସେକ୍ଟର ୨ରେ ଭାସି ଯାଇଥିଲେ ୩ ପର୍ଯ୍ୟଟକ।ପରେ ସେକ୍ଟର ୧୦ରେ ଭାସି ଯାଇଥିଲେ ୨ ପର୍ଯ୍ୟଟକ। ଉଭୟ ଘଟଣାରେ ଉଦ୍ଧାର କଲେ ଲାଇଫଗାର୍ଡ। ଖବର ଅନୁଯାୟୀ, ସମୁଦ୍ର କୂଳ ସେକ୍ଟର ୨ ଦିଗବାରେଣୀ ଠାରେ ଖୋର୍ଦ୍ଧା ମଞ୍ଚେଶ୍ୱରର ବିଭୂ ଦାସ, ହାପି ଦାସ, ସୁଗ୍ୟାନ ଦାସ ଗାଧୋଉଥିଲେ । ଏହି ସମୟରେ ହଠାତ୍ ବୁଡ଼ିଯାଇଥିଲେ । ଏହାପରେ ସମୁଦ୍ର କୂଳରେ ଉପସ୍ଥିତ ଥିବା ଲାଇଫ୍ ଗାର୍ଡମାନେ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି ।
ସେହିପରି ସମୁଦ୍ର କୂଳ ସେକ୍ଟର ୧୦ରେ କଟକର ବିରଞ୍ଚି ନାରାୟଣ ସ୍ବାଇଁ ଏବଂ ବସନ୍ତ କୁମାର ସାମଲ ଗାଧୋଉଥିବା ବେଳେ ବୁଡ଼ିଯାଇଥିଲେ। ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପରେ ଲାଇଫ ଗାର୍ଡ ମାନେ ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇଥିଲେ। ବାରମ୍ବାର ପୁରୀ ସମୁଦ୍ରରେ ଏଭଳି ଅଘଟଣ ଘଟୁଥିବା ବେଳେ ପ୍ରଶାସନର ଅବହେଳା ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ସଚେତନତା ଅଭାବକୁ ଦାୟୀ କରାଯାଇଛି।