AI ନଜରରେ ରହିବ ପୁରୀ ସହର: ୱାଇ ବି ଖୁରାନିଆ

0

ଓଡ଼ିଆ ନ୍ୟୁଜ୍: AI ଜଗିବ ପୁରୀ ସହର। ରଥଯାତ୍ରାରେ AI ଜଗିବ ପୁରୀ ସହର। ଉତ୍ତରା ଛକଠାରୁ ଆରମ୍ଭ କରି ପୁରୀ ପର୍ଯ୍ୟନ୍ତ, ପୁରୀରୁ କୋଣାର୍କ ଯାଏଁ ସମସ୍ତ ଗତିବିଧି ଉପରେ ନଜର ରଖିବ AI କ୍ୟାମେରା। ଶୃଙ୍ଖଳିତ ରଥଯାତ୍ରା ନେଇ ପୋଲିସ ମହାନିର୍ଦ୍ଦେଶକଙ୍କ ସୂଚନା। ସୁରକ୍ଷାକୁ ନେଇ ସବୁ ବିଭାଗ ସହ ଆଲୋଚନା ସରିଛି।ଟାଉନ ଥାନାରେ ଇଣ୍ଟିଗ୍ରେଟେଡ୍‌ କମାଣ୍ଡ କଣ୍ଟ୍ରୋଲ ରୁମ୍‌ ରହିବ।AI ନଜରରେ ପୁରୀ ସହର ରହିବ ବୋଲି କହିଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ।ଉତ୍ତରା ଛକରୁ ଆରମ୍ଭ କରି ପୁରୀ ପର୍ଯ୍ୟନ୍ତ ସିସିଟିଭି ନଜରରେ ରହିବ।କୋଣାର୍କ ପଟରୁ ମଧ୍ୟ ପୁରୀ ପର୍ଯ୍ୟନ୍ତ ସିସିଟିଭି ନଜରରେ ରହିବ।ଇଣ୍ଟିଗ୍ରେଟେଡ୍‌ କମାଣ୍ଡ କଣ୍ଟ୍ରୋଲ ଜରିଆରେ ଭିଡ଼ ନିୟନ୍ତ୍ରଣ ହେବ।

ଏହି ସମସ୍ତ ସ୍ଥାନ ସିସିଟିଭି ସର୍ଭେଲାନ୍ସରେ ରହିବ ଓ ଯେଉଁ ସ୍ଥାନରେ ଗହଳି ଅଧିକା ହେବ ବା ଭିଡ଼ ହେଉଥିବା ସ୍ଥାନର ଭିଡିଓ ଉତ୍ତୋଳନ କରିବ AI ଓ ଏହାଦ୍ୱାରା ସେଠାରେ ମୁତୟନ ଥିବା ପୁଲିସଙ୍କୁ ଭିଡ଼ ନିୟନ୍ତ୍ରଣ ପାଇଁ ପଠାଯାଇ ପାରିବ ଓ ଡ୍ରୋନ୍‌ ଏବଂ ଆଣ୍ଟି ଡ୍ରୋନ୍‌ ଦୁଇଟି ଯାକ ପୁରୀରେ ନିୟୋଜିତ କରାଯାଇଛି ଓ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣର ଜବାବ ଦେବାକୁ ସମସ୍ତ ପ୍ରସ୍ତୁତି କରାଯାଇଛି ।

Leave A Reply

Your email address will not be published.