ଗୁଣ୍ଡିଚା ମନ୍ଦିର ଦଳାଚକଟା ଘଟଣା, ୭ ପୋଲିସ ଦାୟୀ

0

ଓଡ଼ିଆ ନ୍ୟୁଜ୍: ପୁରୀ ଗୁଣ୍ଡିଚା ମନ୍ଦିର ଦଳାଚକଟା ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ ହୋଇଛି। ଗତ ୨୯.୬.୨୫ ରଥଯାତ୍ରା ଦିନ ଦଳାଚକଟା ଘଟଣାରେ ୭ ପୋଲିସଙ୍କୁ ଦାୟୀ କରାଯାଇ ସୁପାରିସ କରାଯାଇଛି। ଉନ୍ନୟନ କମିଶନରଙ୍କ ତଦନ୍ତ ରିପୋର୍ଟ ଆଧାରରେ ଏପରି କାର୍ଯ୍ୟାନୁଷ୍ଠାନ ସୁପାରିସ ହୋଇଛି।

୭ ପୋଲିସ ଅଧିକାରୀ କାର୍ଯ୍ୟରେ ଅବହେଳା କରିଥିବା ରିପୋର୍ଟରେ ଉଲ୍ଲେଖ ରହିଥିବାବେଳେ ଏଥିରେ କମାଣ୍ଡାଣ୍ଟ ଅଜୟ କୁମାର ପାଢ଼ୀ, ଡିସିପି ବିଷ୍ଣୁପ୍ରସାଦ ପତି, କମାଣ୍ଡାଣ୍ଟ ତାପସ ଦାସ, କେକେ ନାୟକ, ଡିଏସ୍‌ପି ପ୍ରଶାନ୍ତ ସାହୁ, ସୁଶାନ୍ତ ସାହୁ, କମାଣ୍ଡାଣ୍ଟ ଶାରଦା ଦାଶଙ୍କ ନାଁ ରହିଛି। ଏନେଇ ଗୃହ ବିଭାଗର ଅତିରିକ୍ତ ସଚିବ ଡିଜି ଓ ଆଇଜି ପୋଲିସକୁ ଚିଠି ଲେଖିଛନ୍ତି।

Leave A Reply

Your email address will not be published.