ଓଡ଼ିଆ ନ୍ୟୁଜ୍: IPLରୁ କ୍ରିକେଟର୍ ରବିଚନ୍ଦ୍ରନ୍ ଅଶ୍ବିନ୍ଙ୍କ ଅବସର ଘୋଷଣା।ଏକ୍ସ ପୋଷ୍ଟରେ ଅବସର ନେଇ ଘୋଷଣା କଲେ ଅଶ୍ବିନ୍। IPL କ୍ରିକେଟର୍ ଭାବେ ମୋର ସମୟ ଆଜି ଶେଷ ହେଉଛି।ହେଲେ ବିଶ୍ୱର ଅନ୍ୟ T20 ଲିଗ୍ରେ ଖେଳ ଜାରି ରହିବ।ସ୍ମୃତି ଏବଂ ସମ୍ପର୍କ ପାଇଁ ସମସ୍ତ ଫ୍ରାଞ୍ଚାଇଜ୍ମାନଙ୍କୁ ଧନ୍ୟବାଦ।IPLରେ ୨୨୧ ମ୍ୟାଚ୍ ଖେଳି ୧୮୭ ୱିକେଟ୍ ନେଇଛନ୍ତି ଅଶ୍ବିନ୍।
ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଘୋଷଣା ସହିତ ଟିମ୍ ଇଣ୍ଡିଆର ଅଭିଜ୍ଞ ଅଫ୍-ସ୍ପିନର ଥିବା ଅଶ୍ୱିନ୍ ଏହା ସ୍ପଷ୍ଟ କରିଛନ୍ତି ଯେ, ବିଶ୍ୱର ବିଭିନ୍ନ ଲିଗରେ ତାଙ୍କର ନୂତନ କ୍ରୀଡ଼ା ଅଭିଜ୍ଞତାର ଯାତ୍ରା ଆଜିଠାରୁ ଆରମ୍ଭ ହେଉଛି।
ଆଇପିଏଲରୁ ଅବସର ଘୋଷଣା କରି ଅଶ୍ୱିନ ସୋସିଆଲ ମିଡିଆରେ ଲେଖିଛନ୍ତି, “ବିଶେଷ ଦିନ ଏବଂ ଏକ ବିଶେଷ ଆରମ୍ଭ। କୁହାଯାଏ ଯେ, ପ୍ରତ୍ୟେକ ଶେଷର ଏକ ନୂତନ ଆରମ୍ଭ ଥାଏ, ଆଇପିଏଲ କ୍ରିକେଟର ଭାବରେ ମୋର ସମୟ ଆଜି ଶେଷ ହେଉଛି। କିନ୍ତୁ ବିଭିନ୍ନ ଲିଗରେ ଖେଳର ଅନୁସନ୍ଧାନକାରୀ ଭାବରେ ମୋର ସମୟ ଆଜିଠାରୁ ଆରମ୍ଭ ହେଉଛି।