ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ପୁଣି ବିବାଦରେକଂଗ୍ରେସ ନେତା ରାହୁଲ ଗାନ୍ଧୀ । ନିକଟରେ ମୋଦି ସରନେମକୁ ନେଇ ତାଙ୍କୁ ସଜ୍ଜା ହୋଇଥିଲା । ଏବେ ପୁଣି ରାହୁଲ ଗାନ୍ଧୀଙ୍କ ନାଁରେ ଏକ ମାନହାନୀ ମାମଲା ରୁଜୁ ହେଇଛି । ଏଥର ସଂଘକୁ ନେଇ ଦେଇଥିବା ଟିପ୍ପଣୀ ବିରୋଧରେ ତାଙ୍କ ନାଁ’ରେ ମାନହାନୀ ମକଦ୍ଦମା ରୁଜୁ କରାଯାଇଛି । ଜାନୁଆରୀରେ ଭାରତ ଯୋଡ ଯାତ୍ରା ହରିୟାଣାରେ ଥିଲା । ଏହି ସମୟରେ ରାହୁଲ ଗାନ୍ଧୀ ଏକ ଟିପ୍ପଣୀ ଦେଇଥିଲେ । ସେ କହିଥିଲେ, ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ ହେଉଛି ଏକବିଂଶ ଶତାବ୍ଦୀର କୌରବ ।
ରାହୁଲଙ୍କ ଏହି ବୟାନକୁ ନେଇ ଏବେ ସଂଘର ଜଣେ କାର୍ଯ୍ୟକର୍ତ୍ତା ତାଙ୍କ ନାଁରେ ମାମଲାରେ ରୁଜୁ କରିଛନ୍ତି । ସୂଚନା ଅନୁସାରେ ସଂଘର ଜଣେ କାର୍ଯ୍ୟକର୍ତ୍ତା ମକଦ୍ଦମା ରୁଜୁ କରିଛନ୍ତି । ଆରଏସଏସକୁ ନେଇ ରାହୁଲ ଦେଇଥିବା ଟିପ୍ପଣୀ ବିରୋଧରେ ସେ ହରିଦ୍ୱାର କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଏହି ଆରଏସଏସ୍ କାର୍ଯ୍ୟକର୍ତ୍ତାଙ୍କ ନାମ କମଲ ଭଦୌରିୟା ବୋଲି ଜଣାପଡିଛି, ଯିଏକି ପେଶାରେ ଜଣେ ଓକିଲ ଅଟନ୍ତି।
ଆସନ୍ତା ଏପ୍ରିଲ ୧୨ ତାରିଖରେ ଏହି ମାମଲାର ଶୁଣାଣି ହେବ ବୋଲି ଜଣାପଡିଛି । ଓକଲି ଅରୁଣ ଭଦୌରିୟାଙ୍କ କହିବା କଥା, କମଲ ଭଦୌରିୟାଙ୍କ ତରଫରୁ ସେ ମାମଲା ରୁଜୁ କରିଛନ୍ତି । ଆଇପିସି ଧାରା ୪୯୯ ଓ ୫୦୦ ଅନୁସାରେ ଏହି ଅଭିଯୋଗ କରାଯାଇଛି । ଏହି ଦୁଇଟି ଧାରା ମାନହାନୀ ମୋକଦ୍ଦମା ସମ୍ଭନ୍ଧିତ ଅଟେ । ଯେଉଁଥିରେ ଅତିକମରେ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡାଦେଶ ହୋଇପାରେ ବୋଲି କୁହାଯାଉଛି ।ସୂଚନାଥାଉ କି , ରାହୁଲଙ୍କ ଗାନ୍ଧୀ କହିଥିଲେ, “କୌରବ କିଏ? ଏକବିଂଶ ଶତାବ୍ଦୀର କୌରବଙ୍କ ବିଷୟରେ କହୁଛି । ଏକବିଂଶ ଶତାବ୍ଦୀର କୌରବ ଖାକି ରଙ୍ଗର ହାଫ୍ ପ୍ୟାଣ୍ଟ ପିନ୍ଧନ୍ତି, ହାତରେ ଲାଠି ଧରି ଶାଖା ଲଗାନ୍ତି । ତାଙ୍କ ସାଇଡ୍ ଏବଂ ତାଙ୍କ ପଟରେ ହିନ୍ଦୁସ୍ଥାନରେ ୨-୩ ଧନୀ ଅରବପତି ଛିଡା ହେଇଛନ୍ତି ।” ଯାହାକୁ ନେଇ ଏବେ ତାଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ରୁଜୁ କରାଯାଇଛି ।