ଗରିବଙ୍କୁ ଲୁଟୁଛନ୍ତି ଓଡିଶା ସରକାର: ରାହୁଲ ଗାନ୍ଧୀ

0

ଓଡ଼ିଆ ନ୍ୟୁଜ୍: ବିଜେପିକୁ ରାହୁଲ ଗାନ୍ଧୀଙ୍କ ନିସାନା।ଭୁବନେଶ୍ବରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧୀ। ବିମାନବନ୍ଦରରୁ ବାହାରି ସିଧା ବରମୁଣ୍ଡା ପଡ଼ିଆ ସମାବେଶରେ ଯୋଗଛନ୍ତି। ସେଠାରେ ସମ୍ବିଧାନ ବଞ୍ଚାଅ ମହାସମାବେଶକୁ ସମ୍ବୋଧନ କରି ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ଏହା ସହିତ କଂଗ୍ରେସ କର୍ମକର୍ତ୍ତାଙ୍କୁ ପ୍ରଶଂସା କରିଛନ୍ତି।

ଭାଜପାକୁ ଟାର୍ଗେଟ୍‌ କରି ରାହୁଲ କହିଛନ୍ତି, ଗରିବଙ୍କୁ ଲୁଟୁଛନ୍ତି ସରକାର। ଭାଜପା ସାରା ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଛନ୍ତି। ବିହାରରେ ନିର୍ବାଚନ ଚୋରି କରିବାକୁ ଉଦ୍ୟମ ଚାଲିଛି। ମହାରାଷ୍ଟ୍ରରେ ନୂଆ ୧ ଲକ୍ଷ ଭୋଟର୍‌ କିପରି ଆସିଲେ। ମହାରାଷ୍ଟ୍ର ଭଳି ଏବେ ବିହାରରେ ବି ନିର୍ବାଚନ ଚୋରି ଉଦ୍ୟମ ଚାଲିଛି।

Leave A Reply

Your email address will not be published.