ଆଜି ସୁପ୍ରିମକୋର୍ଟରେ ରାହୁଲ ଗାନ୍ଧୀଙ୍କ ଭାଗ୍ୟ ପରୀକ୍ଷା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରାହୁଲ ଗାନ୍ଧୀଙ୍କ ଉପରେ ବଢିବାରେ ଲାଗିଛି । ଆଜି ସୁପ୍ରିମକୋର୍ଟରେ ନିର୍ଦ୍ଧାରଣ ହେବ ରାହୁଲ ଗାନ୍ଧୀଙ୍କ ଭାଗ୍ୟ । ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ମାନହାନୀ ମାମଲାର ଆଜି ସୁପ୍ରିମକୋର୍ଟର ଶୁଣାଣି ହେବ । ମୋଦୀ ସାଙ୍ଗିଆ ମାନହାନୀ ମାମଲାରେ ଗୁଜରାଟ ହାଇକୋର୍ଟଙ୍କ ରାୟର ପୁର୍ନବିଚାର କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମୋଦୀ ସାଙ୍ଗିଆ ମାମଲାରେ ସୁରଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ସଜା ଶୁଣାଇଥିଲେ ।

ଏହି ରାୟର ପୁର୍ନବିଚାର ପାଇଁ ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିଲେ ରାହୁଲ ଗାନ୍ଧୀ । କିନ୍ତୁ ଗୁଜରାଟ ହାଇକୋର୍ଟରୁ ରାହୁଲ ଗାନ୍ଧୀଙ୍କୁ ନିରାଶ ହେବାକୁ ପଡିଥିଲା । ସୁରଟ କୋର୍ଟଙ୍କ ରାୟ ସଂରକ୍ଷିତ ରଖିଥିଲେ ଗୁଜରାଟ ହାଇକୋର୍ଟ ।

Leave A Reply

Your email address will not be published.