ମୋଦିଙ୍କ ବଡ ଭେଟି, ୧୨୭ ବର୍ଷରେ ମିଜୋରାମରେ ଗଡ଼ିଲା ପ୍ରଥମ ଟ୍ରେନ୍‌

0

ଓଡ଼ିଆ ନ୍ୟୁଜ୍:  ରେଲୱେ ମାନଚିତ୍ରରେ ଯୋଡ଼ି ହେଲା ମିଜୋରାମ । ୧୨୭ ବର୍ଷରେ ମିଜୋରାମରେ ଗଡ଼ିଲା ପ୍ରଥମ ଟ୍ରେନ୍‌ । ମିଜୋରାମରେ ପ୍ରଥମ ରେଲୱେ ଲାଇନ୍‌ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । ବୈରାବୀ-ସୈରାଙ୍ଗ ରେଲୱେ ଲାଇନ ଉଦ୍‌ଘାଟନ କଲେ । ୩ଟି ନୂଆ ଏକ୍ସପ୍ରେସ୍‌ ଟ୍ରେନ୍‌ର ବି ଶୁଭାରମ୍ଭ କଲେ । ମିଜୋରାମରେ ପ୍ରଥମ ରେଲୱେ ଲାଇନ୍‌ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । ମିଜୋରାମବାସୀଙ୍କ ପାଇଁ ଆଜିର ଦିନ ଐତିହାସିକ ଦିନ କହିଲେ ମୋଦି । ପ୍ରଧାନମନ୍ତ୍ରୀ ମୋଦୀ ମିଜୋରାମରେ କହିଛନ୍ତି ଯେ ଏହା ଦେଶ ପାଇଁ, ବିଶେଷକରି ମିଜୋରାମବାସୀଙ୍କ ପାଇଁ ଏକ ଐତିହାସିକ ଦିନ।

ଆଜିଠାରୁ ଆଇଜଲକୁ ଭାରତର ରେଳ ମାନଚିତ୍ରରେ ଯୋଡା ଯାଇଛି। ମୁଁ ମିଜୋରାମର ଲେଙ୍ଗପୁଇ ବିମାନବନ୍ଦରରେ ଅଛି। ଦୁର୍ଭାଗ୍ୟବଶତଃ, ଖରାପ ପାଗ ଯୋଗୁଁ ମୁଁ ଆପଣଙ୍କ ମଧ୍ୟରେ ଆଇଜୋଲ ଆସିପାରିଲି ନାହିଁ, କିନ୍ତୁ ଏହି ମାଧ୍ୟମରେ ମଧ୍ୟ ମୁଁ ଆପଣଙ୍କ ପ୍ରେମ ଏବଂ ସ୍ନେହ ଅନୁଭବ କରୁଛି।” ଅଧିକାରୀମାନେ କହିଛନ୍ତି ଯେ ପ୍ରବଳ ବର୍ଷା ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦି ହେଲିକପ୍ଟର ଯୋଗେ ଲେଙ୍ଗପୁଇ ବିମାନବନ୍ଦରରୁ ଆଇଜୋଲର ଲାମୁଆଲ ଗ୍ରାଉଣ୍ଡରେ ପହଞ୍ଚିପାରିନଥିଲେ। ଏହି କାରଣରୁ, ସେ ବିମାନବନ୍ଦରରୁ ହିଁ ରେଳ ଲାଇନର ଉଦଘାଟନ କରିଥିଲେ।

 

Leave A Reply

Your email address will not be published.