ଓଡ଼ିଆ ନ୍ୟୁଜ୍: ଟେକ୍ ଅଫ୍ ବେଳେ ଖସିପଡ଼ିଲା ସ୍ପାଇସ୍ ଜେଟ୍ ବିମାନ ଚକ। କାଣ୍ଡଲା-ମୁମ୍ବାଇ ବିମାନରେ ଉଡ଼ାଣ ପରେ ରନ୍ୱେରେ ମିଳିଲା ଚକ। ୭୫ ଯାତ୍ରୀଙ୍କୁ ନେଇ ଯାଉଥିଲା ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ।ସୂଚନା ପରେ ଏମର୍ଜେନ୍ସୀ ଘୋଷଣା, ସୁରକ୍ଷିତ ଅବତରଣ କଲା ବିମାନ।
ଗୁଜରାଟରୁ କାଣ୍ଡଲା ବିମାନବନ୍ଦରରେ ଏକ ସ୍ପାଇସଜେଟ ବିମାନରେ ଏକ ଅଜବ ଘଟଣା ଘଟିଛି । ଆମକୁ ଅଜବ ଲାଗୁଥାଇପାରେ କିନ୍ତୁ ପ୍ରକୃତରେ ଯେଉଁ ଯାତ୍ରୀମାନେ ଉକ୍ତ ବିମାନରେ ଥିଲେ ସେମାନଙ୍କ ପାଇଁ ଏହା ଜୀବନମରଣ ସମସ୍ୟା ଥିଲା ।
ଘଟଣାଟି ହେଉଛି କାଣ୍ଡଲାରୁ ଉକ୍ତ ବିମାନଟି ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିଲା । କିନ୍ତୁ ବିମାନଟି ଉଡ଼ାଣ ଆରମ୍ଭ କରିବା ପରେ ବିମାନ ଆକାଶରେ ପହଞ୍ଚିଯାଇଥିଲା, କିନ୍ତୁ ତଳେ ଚକ ରହିଯାଇଥିଲା । ଏହା ଦେଖି ସମସ୍ତଙ୍କ ହାଲୁକ ଶୁଖିଯାଇଥିଲା । ତେବେ ପାଇଲଟଙ୍କ ଦକ୍ଷତା ଓ ସହସ ଯୋଗୁଁ ବିମାନଟି ସୁରକ୍ଷିତଭାବେ ମୁମ୍ବାଇ ଏୟାରପୋର୍ଟରେ ଅବତରଣ କରିଥିଲା । ଏହା ପରେ ଯାତ୍ରୀ, କ୍ରିଉ ଦଳ ଓ ଗ୍ରାଉଣ୍ଡ କର୍ମଚାରୀ ଆଶ୍ବସ୍ତ ହୋଇଥିଲେ ।