ଓଡ଼ିଆ ନ୍ୟୁଜ୍: ସହିଦ୍ ସପ୍ତାହରେ ରେଲୱେ ଟ୍ରାକ୍ ଉଡ଼ାଇଲେ ମାଓବାଦୀ।ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ରେଲୱେ ଟ୍ରାକ୍ ଉଡ଼ାଇଲେ ମାଓବାଦୀ।ବିମଳାଗଡ଼ ସେକ୍ସନ କରମପଦା-ରେଞ୍ଜଡ଼ା ମଝିରେ ବିସ୍ଫୋରଣ।ଜଣେ ରେଲୱେ କର୍ମଚାରୀ ଗୁରୁତର ଆହତ, ରାଉରକେଲା ସ୍ଥାନାନ୍ତର। ସଂପୃକ୍ତ ଟ୍ରାକ୍ରେ ଟ୍ରେନ୍ ଚଳାଚଳ ପ୍ରଭାବିତ, ଘଟଣାସ୍ଥଳରେ ପୋଲିସ। ବିମଳାଗଡ଼ ସେକ୍ସନ କରମପଦା-ରେଞ୍ଜଡ଼ା ମଝିରେ ଏହି ବିସ୍ଫୋରଣ ହୋଇଛି।
ଏଥିରେ ଜଣେ ରେଲଓ୍ବେ କର୍ମଚାରୀ ଗୁରୁତର ହୋଇଛନ୍ତି। ତାଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ମାଓବାଦୀମାନେ ଟ୍ରାକ୍ ଉଡ଼ାଇବାରୁ ଏହି ଟ୍ରାକ୍ରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି। ଗତ ଏକ ସପ୍ତାହ ହେଲା ମାଓବାଦୀମାନେ ଶହୀଦ ଦିବସ ପାଳନ କରୁଥିଲେ। ଆଜି ରବିବାର ତାଙ୍କର ଶେଷ ଦିନ ଥିଲା । ଶେଷଦିନରେ ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ରେଲଓ୍ବେ ଟ୍ରାକ ଉଡାଇଛନ୍ତି।