ଭୁବନେଶ୍ଵର(ଓଡ଼ିଆ ନ୍ୟୁଜ୍): ପଞ୍ଚଭୂତରେ ଲୀନ ହେଲା ବର୍ଷୀୟାନ ଅଭିନେତା ରାଇମୋହନ ପରିଡ଼ାଙ୍କ ପାର୍ଥିବ ଶରୀର ପୁରୀ ସ୍ୱର୍ଗ ଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ସାନଝିଅ ଉଦିତା ପରିଡ଼ା ମୁଖାଗ୍ନି ଦେଇଛନ୍ତି । ଏହି ସମୟରେ ସ୍ୱାର୍ଗଦ୍ୱାରରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି ।
ରାଇମୋହନଙ୍କ ମୃତ୍ୟୁ ଖବରରେ ପୂରା ଓଲିଉଡ, ଯାତ୍ରା ଜଗତ ଏବଂ ଓଡିଶାବାସୀଙ୍କୁ ସ୍ତବ୍ଧ କରିଦେଇଛି। ଶୁକ୍ରବାର ଭୁବନେଶ୍ଵର ସ୍ଥିତ ପ୍ରାଚୀ ବିହାରରେ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି ରାଇମୋହନ। ତାଙ୍କର ଅପ୍ରତ୍ୟାଶିତ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ତେବେ ମୃତ୍ଯୁ ପରେ ଚକ୍ଷୁଦାନ କରିଛନ୍ତି ରାଇମୋହନ।