ବଡ଼ ପରଦାରେ ଅନୁଭବଙ୍କ ‘ଲଭ୍ ଇନ ଲଣ୍ଡନ’କୁ ଜବାବ୍ ଦେବ ବର୍ଷାଙ୍କ ‘ବସ୍’

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବଡ଼ ପରଦାରେ ଅନୁଭବଙ୍କ ‘ଲଭ୍ ଇନ ଲଣ୍ଡନ’କୁ ଜବାବ୍ ଦେବ ବର୍ଷାଙ୍କ ‘ବସ୍’ । ଉଭୟଙ୍କ ବାସ୍ତବ ଜୀବନରେ ତ ଯାହା ଚାଲିଛି, ସମସ୍ତଙ୍କୁ ଜଣା। ହେଲେ ବଡ଼ ପରଦାରେ ଅନୁଭବଙ୍କୁ ଜବାବ ଦେବା ଲାଗି ବର୍ଷା ପ୍ରସ୍ତୁତ। ଏବେ ବର୍ଷା ପ୍ରିୟଦର୍ଶିନୀ ବଡ଼ ପରଦାରେ ‘ବସ୍’ ଫିଲ୍ମରେ ମୁଖ୍ୟ ଭୂମିକାରେ ଦେଖା ଦେବେ। ‘ବସ୍’ ଚଳଚ୍ଚିତ୍ରର ପ୍ରଯୋଜକ ହେଲେ ଜଣାଶୁଣା ନିର୍ମାତା ରମେଶ ବାରିକ ଓ ଏହାର ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ତ୍ରିପତି ସାହୁ । ଫିଲ୍ମର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର। ଗୋଟିଏପଟେ ଅନୁଭବଙ୍କ ସିନେମା ‘ଲଭ୍ ଇନ ଲଣ୍ଡନ’ରେ ଅନୁଭବ – ବର୍ଷା – ଜଗୃତିଙ୍କୁ ଦର୍ଶାଯାଇଥିବା ଚର୍ଚ୍ଚା ହେଉଛି। ଅନୁଭବଙ୍କ ଜୀବନ କାହାଣୀକୁ ସିନେମାରେ ଦର୍ଶାଯାଇଥିବା କୁହାଯାଉଛି।

ଏହାର ଉତ୍ତର ଦେବା ପାଇଁ ବର୍ଷା ‘ବସ୍’ ଟାଇଟଲରେ ଏକ ଫିଲ୍ମ ନେଇ ଆସୁଥିବା ଚର୍ଚ୍ଚା ହେଉଛି। ଆଜି ବର୍ଷାଙ୍କ ଅଭିନୀତ ଏହି ସିନେମାର ଶୁଭ ମହୁରତ ହୋଇଛି। ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ ଭୁବନେଶ୍ବର ମେୟର୍ ସୁଲୋଚନା ଦାସ। ‘ବସ୍’ ନାରୀ ସଶକ୍ତିକରଣ ଉପରେ ସିନେମା ଆଧାରିତ ବୋଲି ବର୍ଷା କହିଛନ୍ତି। ବର୍ତ୍ତମାନର ସମାଜରେ ଘଟୁଥିବା ଘଟଣା ଓ ବାସ୍ତବ ଜୀବନ ଉପରେ ଏ କାହାଣୀ ଆଧାରିତ ବୋଲି ସେ କହିଛନ୍ତି । ବସ ଟାଇଟଲ୍ ରୋଲରେ ଅଭିନୟ କରିବା ସହ ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ ଓ କ୍ରିଏଟିଭ୍ ହେଡ୍ ର ଦାୟିତ୍ବ ବି ନିଭାଇଛନ୍ତି ବର୍ଷା ପ୍ରିୟଦର୍ଶିନୀ।

Leave A Reply

Your email address will not be published.