ସମସ୍ୟା ଘେରରେ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ସମସ୍ୟା ଘେରରେ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନା | ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନା ଉପରେ ୭ଟି ବ୍ଲକ ଜାମଦା, ବହଳଦା, ତିରିଂ, ବିଜାତଳା, କୁସୁମୀ, ରାଇରଙ୍ଗପୁର, ବିଶୋଇ ଏବଂ ରାଇରଙ୍ଗପୁର ମ୍ୟୁନିସିପାଲିଟି ର ଲୋକେ ନିର୍ଭରଶୀଳ | କିନ୍ତୁ ଏଠାରେ ଡାକ୍ତରମାନଙ୍କର ଅଭାବ ହେତୁ ସୁଦୂର ବାରିପଦାକୁ ନିଆଯାଉଥିବାର ପରିଲକ୍ଷିତ ହେଉଥିବାରୁ ଜନମାନସରେ ତୀବ୍ର ଅସନ୍ତୋଷ ଦେଖାଦେଇଛି |

ଏଠାରେ ସନସଲଟାଣ୍ଟ ପେଡିଆଟିସ୍ ୧ ଜଣ, କନସଲଟାଣ୍ଟ ପେଡ (ଏସଏନସିୟୁ) ୧ ଜଣ, ସିନିୟର ମେଡିକାଲ ଅଫିସର ୧ ଜଣ , ଏଲଟିଆର ମେଡିକାଲ ଅଫିସର ୨୮ ଜଣ, ଜିଡିଏମଓ ୩ ଜଣ, ନର୍ସିଂ ସିଷ୍ଟର ୨ ଜଣ, ଷ୍ଟାଫ୍ ନର୍ସ ୧୧ ଜଣ, ଫାର୍ମାସିଷ୍ଟ ୨ ଜଣ, ଏଲଟି ୩ ଜଣ, ଜୁନିୟର ଏସିଟାଣ୍ଟ ୧ ଜଣ, ଏମପିଏଚଡ୍ବୁ ମହିଳା/ ଏଏନଏମ ୩ ଜଣ, ଏମପିଏଚଡ୍ବୁ ପୁରୁଷ ୨ ଜଣ, ରେଡିଓ ଗ୍ରାଫାର ୩ ଜଣ, ଓଥ୍ ସହାୟକ ୧ ଜଣ, ଏମପିଏଚଏସ ପୁରୁଷ /ସୁପରଭାଇଜର ୧ ଜଣ, ଲ୍ୟାବ୍ ସହାୟକ ୧ ଜଣ, ଅର୍ଡଲି ୫ ଜଣ, ଝାଡୁଦାର ୫ ଜଣ ଓ ରାନ୍ଧୁଣୀ ୧ ଜଣଙ୍କର ଅଭାବ ଦୃଶ୍ୟମାନ ହେଉଛି |

ଏହିସବୁ ଡାକ୍ତର, ନର୍ସ ଓ ସହାୟକମାନଙ୍କର ଡାକ୍ତରଖାନାରେ ଦୀର୍ଘଦିନରୁ ଦାବୀ ହୋଇଆସୁଅଛି | ଏସବୁ ପୂରଣ ହେଲେ ଆଗାମୀ ଭବିଷ୍ୟତରେ ବାରିପଦାକୁ ରେଫର ହେବାର ସମସ୍ୟା ଦୂର ହୋଇପାରନ୍ତା ବୋଲି ଉପଖଣ୍ଡ ଡାକ୍ତରଖାନା ସୁପରିଟେଣ୍ଡଡେଣ୍ଟ ରବିନ୍ଦ୍ରନାଥ ମାର୍ଣ୍ଡି ମତବ୍ୟକ୍ତ କରିଛନ୍ତି |

Leave A Reply

Your email address will not be published.