ଆଜି ରଜ ସଂକ୍ରାନ୍ତି

0

ଓଡ଼ିଆ ନ୍ୟୁଜ୍: ଆଜି ରଜ ସଂକ୍ରାନ୍ତି। ଗାଁଠୁ ସହର ସବୁଠି ଉତ୍ସାହ। ଧୂମଧାମରେ ପାଳନ ହେଉଛି ରଜ ମହୋତ୍ସବ। ଗାଁଠୁ ସହର ଯାଏଁ ମହକୁଛି ପୀଠା ଓ ମିଠାର ବାସ୍ନା। ତିନି ଦିନିଆ ରଜ ଉତ୍ସବର ପ୍ରମୁଖ ଦିନ । ରଜ ସଂକ୍ରାନ୍ତିରେ ଗାଁ ଆମ୍ବତୋଟାରେ ସକାଳୁ ସକାଳୁ ଶୁଭୁଛି ରଜଗୀତ । ସହରର ବିଭିନ୍ନ ପାର୍କରେ ଦୋଳି, ପାନ ଓ ପିଠା ଭିତରେ ରଜର ଆସର ଜମିଛି ।

ପରମ୍ପରା ସମ୍ପନ୍ନ ରଜଗୀତରେ ଉତ୍ସବମୁଖର ପୁରପଲ୍ଲୀ । ବିଭିନ୍ନ ସ୍ଥାନରେ ବାଜୁଛି ରଜଗୀତ, ଝିଅ ବୋହୂ ଦୋଳି ଖେଳୁଛନ୍ତି ।ତା ସହିତ ପୁଚି ଖେଳ, ତାସ୍ ଖେଳ, ଲୁଡୁ ଖେଳ ସାଙ୍ଗକୁ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି । ବିଭିନ୍ନ ସ୍ଥାନରେ ଅନେକ ପ୍ରକାରର ପାରମ୍ପରିକ ପିଠା, ମିଠା, ପାନ ଏବଂ ଖାଦ୍ୟର ଧାଡି ଧାଡି ଷ୍ଟଲ ଲାଗିଛି ।

Leave A Reply

Your email address will not be published.