ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି

0

ଓଡ଼ିଆ ନ୍ୟୁଜ୍: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ସଭାପତି ହୋଇପାରନ୍ତି ରାଜୀବ ଶୁକ୍ଲା । ବର୍ତ୍ତମାନର ବିସିସିଆଇର ସଭାପତି ରୋଜର ବିନ୍ନି ଜୁଲାଇ ୧୯ରେ ୭୦ ବର୍ଷ ବୟସରେ ପଦାପର୍ଣ କରିବେ । ତେବେ ନିୟମ ଅନୂଯାୟୀ, ବିସିସିଆଇର ସଭାପତିଙ୍କ ବୟସ ୭୦ ବର୍ଷରୁ ଅଧିକା ହେବା ଉଚିତ ନହେଁ, ସେହି ଅନୁଯାୟୀ ୬୫ ବର୍ଷୀୟ ରାଜୀବ ଶୁକ୍ଳା ଏବେ ୩ ମାସ ପାଇଁ କାର୍ୟ୍ୟକାରୀ ସଭାପତି ରୂପେ ଭୂମିକା ନେଇପାରନ୍ତି ବୋଲି କୁହାଯାଇଛି ।

ସେପ୍ଟେମ୍ବରରେ ବାର୍ଷିକ ସାଧାରଣ ବୈଠକ (ଏଜିଏମ) ସମୟରେ ରାଜୀବ ଶୁକ୍ଳାଙ୍କୁ ବୋର୍ଡର ପୂର୍ଣ୍ଣକାଳୀନ ସଭାପତି ପଦ ପାଇଁ ନିର୍ବାଚିତ କରାଯିବ । ରୋଜର ବିନ୍ନି ଅକ୍ଟୋବର ୨୦୨୨ରେ ବିସିସିଆଇର ୩୬ ତମ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ସେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେଇଥିଲେ । ଗାଙ୍ଗୁଲି ତାଙ୍କର ତିନି ବର୍ଷର କାଯ୍ୟର୍କାଳ ପୂରଣ କରିଥିଲେ ।

ସେତେବେଳେ ରୋଜର ବିନ୍ନି ଶୀର୍ଷ ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିବା ଏକମାତ୍ର ପାର୍ଥୀ ଥିଲେ । ବିନ୍ନି ବିସିସିଆଇର ସଭାପତି ହେବା ପରେ, ଭାରତ ଦୁଇଟି ସୀମିତ ଓଭର ଫର୍ମାଟ ଆଇସିସି ଟୁର୍ଣ୍ଣାମେଣ୍ଟ ଜିତିଥିଲା । ଭାରତ ୨୦୨୪ ରେ ଆଇସିସି ଟି ୨୦ ବିଶ୍ୱକପ ଏବଂ ୨୦୨୫ ରେ ଆଇସିସି ଚାମ୍ପିଅନ ଟ୍ରଫି ଜିତିଥିଲା ।

 

Leave A Reply

Your email address will not be published.