ଭୁବନେଶ୍ୱର (ଓଡ଼ିଆ ନ୍ୟୁଜ୍): ଆସିଲା ଟେଲି ଅଭିନେତ୍ରୀ ରଶ୍ମୀରେଖା ପୋଷ୍ଟମର୍ଟମ୍ ରିପୋର୍ଟ। ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଦର୍ଶା ଯାଇଛି । ତେଣୁ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ପୋଷ୍ଟମର୍ଟମ ରିପୋର୍ଟ ନେଇ କ୍ୟାପିଟାଲ ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି। ରଶ୍ମୀରେଖାଙ୍କ ଶରୀରରେ ବାହ୍ୟ ବା ଆଭ୍ୟନ୍ତରୀଣ ଆଘାତ ନଥିବେ ଉଲ୍ଲେଖ ରହିଛି। ପୋଷ୍ଟମର୍ଟମର ୨୪ରୁ ୩୬ ଘଣ୍ଟା ପୂର୍ବରୁ ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ରଶ୍ମୀରେଖାଙ୍କ ପୂର୍ବତନ ପ୍ରେମିକ ରାଜା ଓ ସନ୍ତୋଷ କୁ ପଚରାଉଚରା କରିବ ପୋଲିସ । ମୋବାଇଲ ଡିଟେଲ୍ସ ସହ ଫେସବୁକ, ହ୍ବାଟ୍ସଆପରେ ରଶ୍ମୀରେଖାଙ୍କ ବାବଦରେ ତଥ୍ୟ ମାଗିଛି ପୋଲିସ । ଆତ୍ମହତ୍ୟାର ୫ ଦିନ ପୂର୍ବରୁ ମଧ୍ୟ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ ରଶ୍ମୀରେଖା । କାହିଁକି କେଉଁ କଥାକୁ ନେଇ ରଶ୍ମୀରେଖା ମାନସିକ ଚାପରେ ଥିଲେ କି । ଅନେକ କିଛି ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ ।