ଜୀ ସାର୍ଥକର ଏକ ଅଭିନବ ପ୍ରୟାସ – ‘ନାଲି ବିନ୍ଦୁ’ ଅଭିଯାନ

0

ଓଡିଶାରେ ମହିଳାଙ୍କ ଋତୁସ୍ରାବ ସମ୍ପର୍କିତ ସଚେତନତା ସୃଷ୍ଟି କରିବାକୁ ଅଭିନବ ଢ଼ଙ୍ଗରେ ଅଭିଯାନ ଆରମ୍ଭ କରିଛି ଜୀ ସାର୍ଥକ । ଏହି ଅଭିଯାନର ନାଁ ରହିଛି ‘ନାଲି ବିନ୍ଦୁ’ ଅଭିଯାନ । ଯାହା ଏବେ ଓଡିଶାର ଘରେ ଘରେ ପହଞ୍ଚି ଯାଇଛି । ମହିଳାଙ୍କ ମଧ୍ୟରେ ସର୍ବାଧିକ ସଚେତନତା ସୃଷ୍ଟି କରିବା ସହ ଏ ନେଇ ଶିକ୍ଷାଦାନ ଯୋଗାଇବା ଲକ୍ଷ୍ୟରେ ‘ନାଲି ବିନ୍ଦୁ’ ଭିଜୁଆଲ କ୍ୟାମ୍ପେନ ଆରମ୍ଭ କରାଯାଇଛି । ଓଡିଶାର ଗଣପର୍ବ ରଜପର୍ବ ମଧ୍ୟ ଏହାକୁ ପ୍ରତିନିଧିତ୍ୱ କରୁଥିବାରୁ ରଜପର୍ବ ଠାରୁ ଲୋକପ୍ରିୟ ଓଡିଆ ଚ୍ୟାନେଲ ଜୀ ସାର୍ଥକ ‘ନାଲିବିନ୍ଦୁ’ କ୍ୟାମ୍ପେନ ଲୋକଙ୍କ ପାଖରେ ପହଂଚିବା ଆରମ୍ଭ ହୋଇଛି ।

ମାସିକ ଋତୁସ୍ରାବ କାରଣରୁ ଅଧିକାଂଶ କିଶୋରୀ ପାଠପଢ଼ାରୁ ବଞ୍ଚିତ ହୁଅନ୍ତି । ମାସକୁ ଅନ୍ୟୁନ ୫ ଦିନ କିଶୋରୀମାନେ ସ୍କୁଲ ଯାଇପାରୁ ନଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହୁଏ । ଫଳରେ ଲକ୍ଷ ଲକ୍ଷ ଛାତ୍ରୀ ମାନସିକ ଭାବେ ମଧ୍ୟ କ୍ଷତିଗ୍ରସ୍ତ ହୁଅନ୍ତି । ଗ୍ରାମାଞ୍ଚଳରେ ଏହି ହାର ଅଧିକ ରହିଥିବା ବେଳେ ସାନିଟାରୀ ନାପକିନ ବ୍ୟବହାର ଦିଗରେ ମଧ୍ୟ ସଚେତନ କରିବାର ଆବଶ୍ୟକତା ରହିଛି । ରଜପର୍ବରେ ଧରଣୀରାଣୀ ରଜସ୍ୱିଳା ହେଉଥିବା ବିଶ୍ୱାସ ରହିଥିବା ବେଳେ ଏହି ପର୍ବରେ ଏଭଳି ମହାନ ଅଭିଯାନ ଆରମ୍ଭ କରି ଜୀ ସାର୍ଥକ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । କେବଳ ସେତିକି ନୁହେଁ ‘ନାଲି ବନ୍ଧୁ’ ସ୍ଲୋଗାନ ସହ କିଶୋରୀମାନଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ଆହ୍ୱାନ ଦେଇଛି ଜୀ ସାର୍ଥକ ।

ଜୀ ସାର୍ଥକର ଏହି ଅଭିନବ ଅଭିଯାନ ସମ୍ପର୍କରେ ଚ୍ୟାନେଲ ଚିଫ୍ ଅଫିସର ଶ୍ରୀ ପ୍ରତୀକ ସିଲ କୁହନ୍ତି, “ ଓଡିଶାରେ ମହିଳାମାନଙ୍କୁ ଋତୁସ୍ରାବ ସମ୍ପର୍କରେ ସଚେତନ କରିବାକୁ ଏଭଳି ଏକ ଅଭିଯାନ ଆମେ ଆରମ୍ଭ କରିଛୁ । ଏହାଦ୍ୱାରା ସଚେତନତା ବଢ଼ିବା ସହ ଲୋକମାନଙ୍କ ସହ ଯୋଗାଯୋଗ ବୃଦ୍ଧି ହୋଇପାରିବ । ସେହିଭଳି ଆମେ ସମସ୍ତେ ଚାହିଁଲେ ପ୍ରତିମାସରେ ଛାତ୍ରୀମାନଙ୍କୁ ୫ ଦିନ ସ୍କୁଲ ବନ୍ଦ କରିବାରୁ ରୋକା ଯାଇପାରିବ । ଏ ଦିଗରେ ଆମ ସମସ୍ତଙ୍କୁ ଗୁରୁତ୍ୱ ଦେବାକୁ ପଡିବ । ଜୀ ସାର୍ଥକ ଏନେଇ ‘ନାଲି ବନ୍ଧୁ’ ଅଭିଯାନ ଆରମ୍ଭ କରିଛି , ଯେଉଁଥିରେ ସାଧାରଣ ଲୋକେ ସହଯୋଗ କରିବେ ବୋଲି ଆମେ ଆଶା କରୁଛୁ ।”

Leave A Reply

Your email address will not be published.