ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରତାଇରେ ମୋଦୀ ମହୋତ୍ସବ ଓ ମିଶ୍ରଣ ପର୍ବ। ବାଲିଆପାଳ ଅନ୍ତର୍ଗତ ରତାଇ ଠାରେ ବରିଷ୍ଠ ନେତା ବିମଳ ସାହୁ ଙ୍କ ଅଧ୍ୟକ୍ଷତାରେ ରତାଇ ବାସୁଳୀମାତା ଗୋପାଳକୃଷ୍ଣ ଙ୍କ ବାସଭବନ ରେ ଶନିବାର ସଂଧ୍ୟା ରେ ବିଜେପି ର ମୋଦୀ ମହୋତ୍ସବ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।।
ଏଥିରେ ବସ୍ତା ର ବିଧାୟକ ପ୍ରାର୍ଥୀ ରବିନ୍ଦ୍ର ନାଥ ଅଣ୍ଡିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ର ସଙ୍କଳ୍ପ ଯାତ୍ରା ବିଷୟରେ ଲୋକମାନଙ୍କୁ ଅବଗତ କରାଇବା ସହିତ ବସ୍ତା ନିର୍ବାଚନ ମଣ୍ଡଳୀ ରେ ଏହି ସଙ୍କଳ୍ପ ଯାତ୍ରା ୨୮ପଞ୍ଚାୟତ ରେ ଅନୁଷ୍ଠିତ ହେବାର ଯୋଜନା ରହିଛି ବୋଲି ଶ୍ରୀ ଅଣ୍ଡିଆ ତାଙ୍କ ଅଭିଭାଷଣରେ ରେ କହିଛନ୍ତି। ମୋଦୀ ସରକାର ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଭିନ୍ନ ପଞ୍ଚାୟତ ରେ ଲୋକମାନେ ବିଜେପି ରେ ସାମିଲ ହେଇଛନ୍ତି। ବିଶେଷ କରି ଯୁବ ନୂଆ ଭୋଟର ଙ୍କୁ ଏହି ମିଶ୍ରଣ ପର୍ବ ରେ ସାମିଲ ହେବାରେ ଦେଖିବାକୁ ମିଳିଥିଲା।
ଏହି ସଭାରେ ମହେଶ୍ୱର ମହାନ୍ତି, କୀର୍ତ୍ତନ ଦାସ, ଭୀମସେନ ବେହେରା, ଶ୍ୟାମାପ୍ରସାଦ ବେହେରା, ସଞ୍ଜିବ ପାଢୀ, ମାନସ ଦାସ, ଗୈାରବ ଅଣ୍ଡିଆ, ପ୍ରମୁଖ ବିଜେପିର ବରିଷ୍ଠ କର୍ମ କର୍ତ୍ତା ମାନେ ଯୋଗଦେଇଥିଲେ। ତରାଇ, ନୂଆଗାଁ, ପୁଣ୍ଡୁରିସାହି ରୁ ପ୍ରାୟ ୫ ଶହରୁ ଅଧିକ ପରିବାର ଅନ୍ୟ ଦଳ ଛାଡି ଭାଜପାରେ ସାମିଲ ହୋଇଥିଲେ। ଶେଷରେ ଶ୍ରୀ ଅଣ୍ଡିଆ ଓଡ଼ିଶାରେ ଭାଜପା ସରକାର ଗଢିବା ପାଇଁ ବିପୁଳ ସଂଖ୍ୟାରେ ଦୁଇ ଥର ପଦ୍ମ ଫୁଲ ଚିହ୍ନ ରେ ଭୋଟ ଦେବାକୁ ନିବେଦନ କରିଛନ୍ତି।