ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଡବିଲ କଲେଜ ପାର୍କିଂ ନିକଟରେ ବାଇକ ଆରୋହୀକୁ ଧକ୍କା ଦେଇ ସ୍କୋର୍ପିଓ ଫେରାର୍, ବାଇକ୍ ଆରୋହୀ ମୃତ | ଆଜି ପ୍ରାୟ ମଧ୍ୟାହ୍ନରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ବଡବିଲ-ଯୋଡା ରାଜପଥର କଲେଜ ପାର୍କିଂ ନିକଟରେ ଏକ ସ୍କୋର୍ପିଓ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣା ପଡିଛି।
ସୂଚନାନୁସାରେ ବଡବିଲ ଷ୍ଟେସନ୍ ରୋଡ ଅଞ୍ଚଳର ମାସ୍ ସାଣ୍ଡିଲ୍ ଏକ ବାଇକ ଯୋଗେ ଯାଉଥିବା ବେଳେ ବଡବିଲରୁ ଭଦ୍ରାସାହି ଅଭିମୁଖେ ଦୃତ ଗତିରେ ଯାଉଥିବା ଏକ କଳା ରଙ୍ଗର ସ୍କୋର୍ପିଓ ତାଙ୍କୁ ଧକ୍କା ଦେଇ ଫେରାର ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ରାସ୍ତାର ଗୋଟିଏ ପଟେ ବାଇକ ଆରୋହୀ ଚିଟିକି ପଡିଥିବା ବେଳେ ରାସ୍ତାର ଅପର ପାର୍ଶ୍ଵରେ ବାଇକ ଚିଟିକି ପଡିଥିଲା।
ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ସାଣ୍ଡିଲଙ୍କୁ ଏକ କାର ଯୋଗେ ବଡବିଲ ମେଡିକାଲ ପଠାଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ପକ୍ଷରେ ଦୁର୍ଘଟଣା ଘଟାଇ ଉକ୍ତ କଳା ସ୍କୋର୍ପିଓ ଗାଡି ଭଦ୍ରାସାହି ପଟକୁ ପଳାଇଥିବା ବେଳେ ତାହାର କୌଣସି ସନ୍ଧାନ ମିଳି ପାରି ନାହିଁ। ପୋଲିସ ଆଖ ପାଖର ସିସିଟିଭି ଫୁଟେଜ୍ ଆଧାରରେ ଉକ୍ତ କଳା ସ୍କୋର୍ପିଓକୁ ଖୋଜି ବାହାର କରିବାକୁ ସାଧାରଣରେ ଦାବି ହୋଇଛି।
Comments are closed.