ଯନ୍ତ୍ରୀଙ୍କର ୫୦ ଲକ୍ଷର ଜମା ବୀମା ଠାବ

0

ଓଡ଼ିଆ ନ୍ୟୁଜ୍: ରାୟଗଡ଼ା ଅଧୀକ୍ଷଣ ଯନ୍ତ୍ରୀ ବିପୁଳ ସଂପତି ଠାବ କଲା ଭିଜିଲାନ୍ସ।ଯନ୍ତ୍ରୀ ସହଦେବ କିଶାନଙ୍କ ସମ୍ବଲପୁରରେ ୨ଟି ଦାମୀ ପ୍ଲଟ୍‌ ମଧ୍ୟ ଠାବ ହୋଇଛି।୫୦ ଲକ୍ଷର ବ୍ୟାଙ୍କ ଓ ବୀମା ଡିପୋଜିଟ୍ ସହ ୧୦୦ ଗ୍ରାମ ସୁନା ଠାବ।୧୦ ଲକ୍ଷ ଟଙ୍କାର ଘର ଆସବାବପତ୍ର ମଧ୍ୟ ଠାବ କଲା ଭିଜିଲାନ୍ସ। ଗତ କାଲି ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ ଯନ୍ତ୍ରୀ ସହଦେବ।

ରାତି ପ୍ରାୟ ୭.୩୦ରେ ଜଣେ ଠିକାଦାରଙ୍କଠାରୁ ୧ଲକ୍ଷ ୫୦ ହଜାର ଟଙ୍କା ଲାଞ୍ଚ ନେଇ ଗାଡ଼ିରେ ଯିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍‌। ଆଜି ସକାଳେ ଯନ୍ତ୍ରୀଙ୍କ ନିଜ ଘର ସମ୍ବଲପୁରରେ ଚଢ଼ାଉ କରାଯାଇ ବ୍ୟାଙ୍କ ଓ ମ୍ୟୁଚିଆଲ ଫଣ୍ଡରେ ଜମାଥିବା ୫୦ ଲକ୍ଷ ଟଙ୍କାର ନଥିପତ୍ର,୧୦୦ ଗ୍ରାମ ସୁନା ଅଳଙ୍କାର ଜବତ କରାଯିବା ସହ ତାଙ୍କ ନାମରେ ସମ୍ବୁଲପୁର ଅଞ୍ଚଳରେ ୨ଟି ପ୍ଲଟ୍‌ ରହିଥିବା ଜଣାପଡ଼ିଛି।

Leave A Reply

Your email address will not be published.