ଡିଜେ ତାଳେ ତାଳେ ନାଚି ଟଳିପଡ଼ିଲେ

0

ଓଡ଼ିଆ ନ୍ୟୁଜ୍: ଡିଜେ ବାଜା ତାଳେ ତାଳେ ନଚିବା ବେଳେ ଟଳି ପଡିଲେ ଯୁବକ। ରାୟଗଡା ସହର ରଇତୋ କଲୋନୀରେ ଗଣେଶ ଭସାଣ ବେଳେ ଟଳି ପଡ଼ିଲେ।ପରିବାର ଲୋକେ ରାୟଗଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ଚିକିତ୍ସା ବେଳେ ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର।ସେପଟେ ରାମକୃଷ୍ଣ ନଗର ବାସିନ୍ଦା ସଦାଶିବ ତ୍ରିପାଠୀ କହିଛନ୍ତି, ଭସାଣିରେ ଯିବା ବେଳେ ଏଭଳି ଅଘଟଣ ଘଟିଥିଲା। ହେଲେ ଭସାଣିରେ ଡିଜେ ବ୍ୟବହାର ହୋଇନାହିଁ ବୋଲି ସେ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷେ ରାଜ୍ୟ ସରକାର ଡିଜେ ସାଉଣ୍ଡକୁ ନେଇ ବାରମ୍ବାର କଟକଣା କରୁଥିଲେ ମଧ୍ୟ ପର୍ବପର୍ବାଣିରେ ଡିଜେ ଶବ୍ଦ ପ୍ରଦୂଷଣ ବଢାଇବା ସାଙ୍ଗକୁ ଯୁବକଠାରୁ ଆରମ୍ଭ କରି ବୃଦ୍ଧଙ୍କ ହୃଦଘାତ ମୃତ୍ୟୁର କାରଣ ହେଉଛି।

Leave A Reply

Your email address will not be published.