ଓଡ଼ିଆ ନ୍ୟୁଜ୍:ନିଆଁରେ ପୋଡ଼ିହୋଇ ୪ ଛାତ୍ର ଗୁରୁତର ହେବା ଘଟଣା। ରାୟଗଡ଼ା ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଦେଖିଲେ।ଶିକ୍ଷକଙ୍କ ଦରମା ବନ୍ଦ କରିବା ସହ କାରଣ ଦର୍ଶାଅ ନୋଟିସ୍ ଜାରି କଲେ।ଏସ୍ଡିପିଓଙ୍କ ସହିତ ଏକ ପୋଲିସ ଟିମ ପକ୍ଷରୁ ଶିକ୍ଷକ ଓ ଛାତ୍ରଙ୍କୁ ପଚରାଉଚରା। ୫ଜଣ ଶିକ୍ଷକଙ୍କ ଦରମା ବନ୍ଦ କରିବା ସାଙ୍ଗକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।
ଗୁରୁତର ହୋଇଥିବା ଜଣେ ସପ୍ତମ ଶ୍ରେଣୀ ଛାତ୍ର ଏବେ କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ପାଇକ ଡାକୁଲୁଗୁଡା ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ନିଆଁରେ ପୋଡି ହୋଇ ୪ଜଣ ଛାତ୍ର ଗୁରୁତର ଆହତ ହୋଇଥିଲେ। ଆଉ ଜଣେ ଛାତ୍ର ତାଙ୍କୁ ଉପରେ ଥିନର ଢାଳି ନିଆଁ ଲଗାଇ ଦେଇଥିଲା। ଏହି ଘଟଣାରେ ଆଜି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶାନ୍ତିଲତା ମୁନିଙ୍କ ସମେତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପାଇକ ଡାକୁଲଗୁଡ଼ା ବିଦ୍ୟାଳୟକୁ ଯାଇ ଗ୍ରାଉଣ୍ଡ ଜିରୋରେ ତଦନ୍ତ କରିଥିଲେ।