ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମୁଦ୍ରା ନୀତି ଘୋଷଣା କଲା ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ । ରେପୋ ହାରକୁ ୬.୫୦% ରେ ଅପରିବର୍ତ୍ତିତ ରଖିଲା ଆରବିଆଇ। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ବିଶ୍ୱ ଅର୍ଥନୀତି ଅଭିବୃଦ୍ଧିରେ ପ୍ରାୟ ୧୫% ଯୋଗଦାନ ଦେଇ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି । ଏହାସହ ଅର୍ଥନୀତି ଅଭିବୃଦ୍ଧି ଜାରି ରହିଛି। ତେଣୁ ପରିବର୍ତ୍ତନର ଆବଶ୍ୟକତା ନାହିଁ ବୋଲି ସେ ନିଷ୍ପତ୍ତି ନେଇଛନ୍ତି ।
ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ଅଭିବୃଦ୍ଧି କ୍ଷେତ୍ରରେ ଭାରତ ସଠିକ୍ ଦିଗରେ ଗତି କରୁଛି । ଏହା ଆଗାମୀ ଦିନରେ ବିଶ୍ୱର ଅଭିବୃଦ୍ଧି ଇଞ୍ଜିନରେ ପରିଣତ ହେବ । ସେ ହକିଛନ୍ତି, ଆମେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ।