ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍): ଦେଶରେ ଅଗ୍ନିପଥ ଯୋଜନାରେ ବାୟୁସେନାରେ ଅଗ୍ନିବୀର ଭର୍ତ୍ତି ପାଇଁ ଆଜିଠୁ ପଞ୍ଜିକରଣ ଆରମ୍ଭ ହୋଇଛି। ଏ ଏନେଇ ଜୁନ୍ ୨୨ ତାରିଖରେ ବିଜ୍ଞପ୍ତି ଜାରି କରାଯାଇଥିଲା । ଆବେଦନ, ଚୟନ ଓ ଭର୍ତ୍ତି ପାଇଁ ଆବେଦନକାରୀ ବାୟୁସେନାର ଅଧିକାରିକ ୱେବସାଇଟ indianairforce.nic.in ରେ ଦିଆଯାଇଥିବା ବିଜ୍ଞପ୍ତିରେ ଯାଞ୍ଚ କରିପାରିବେ । ଅନଲାଇନରେ ହେବାକୁ ଥିବା ଏହି ରେଜିଷ୍ଟ୍ରେସନ ୨୪ ଜୁନରୁ ୫ ଜୁଲାଇ ଯାଏଁ ଜାରି ରହିବ । ତେବେ ଅଗ୍ନିବୀର ବାୟୁ ଭର୍ତ୍ତି ପାଇଁ ଅନଲାଇନ ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି ।
ଆଶାୟୀ ଯୁବକ agnipathvayu.cdac.in ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଏହି ୱେବପୋର୍ଟାଲ ସକାଳ ୧୦ଟାରୁ ଖୋଲି ସାରିଲାଣି । ଆଉ ଆଶାୟୀ ଯୁବକ ମାନେ ନିଜର ତଥ୍ୟ ଦେଇ ପ୍ରଥମେ ରେଜିଷ୍ଟ୍ରେସନ କରିବେ ଓ ପରେ ଅନଲାଇନ ଫର୍ମ ଭରିବେ । ଫର୍ମ ଜମା କରିବା ପାଇଁ ୨୫୦ ଟଙ୍କା ଲେଖାଏଁ ଦେବାକୁ ପଡିବ ।