କୁନି ହାତୀକ ମିଳିଛି ‘ଜେଡ୍ ପ୍ଲସ୍’ ସୁରକ୍ଷା, ସୋସିଆଲ ମିଡିଆରେ ଭିଡିଓ ହେଉଛି ଭାଇରାଲ..

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ‘ଜେଡ୍ ପ୍ଲସ୍’ ସୁରକ୍ଷା କଥା ଉଠିଲେ ନିଶ୍ଚିତ ମନକୁ ଆସୁଥିବ ବ୍ୟକ୍ତି ଜଣକ ଦେଶର ପ୍ରଭାବଶାଳୂୀ ବ୍ୟକ୍ତି ହୋଇଥିବେ । କାରଣ ଏହା ହେଉଛି ସୁରକ୍ଷା ମଧ୍ୟରେ ଦ୍ବିତୀୟ ସର୍ବୋଚ୍ଚସ୍ତରର ସୁରକ୍ଷା ବ୍ୟବସ୍ଥା । ଏହି ଜେଡ୍ ପ୍ଲସ୍ ସୁରକ୍ଷାରେ ୧୦ ଜଣ କମାଣ୍ଡୋଙ୍କୁ ମିଶାଇ ମୋଟ୍ ୧୫୦ ଜଣ ସୁରକ୍ଷାକର୍ମୀ ଥାନ୍ତି। ଆଉ ଉକ୍ତ ବ୍ୟକ୍ତି ଜଣଙ୍କୁ କଡ଼ା ସୁରହକ୍ଷା ବଳୟ ମଧ୍ୟରେ ନେଇଥାଆନ୍ତି । ତେବେ ଖାଲି ମଣିଷ କାହିଁକି ମଧ୍ୟ ଏହି ‘ଜେଡ୍ ପ୍ଲସ୍’ ସୁରକ୍ଷାର ବ୍ୟବହାର କରିଥାଆନ୍ତି । କଥାଟି ଶୁଣି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ। ହେଲେ ଟିଚ ଭଲକରି ଦେଖୁନାହାନ୍ତି ଏ ଭିଜୁଆଲକୁ ।

 ମଣିଷଙ୍କ ପରି ପଶୁମାନେ ମଧ୍ୟ ଭାରି ଚାଲାକ୍ । ଆପଣ ଦେଖୁଥିବା ଏହି କୁନି ହାତୀଟିର ସୁରକ୍ଷା କେଉଁ ଜେଡ୍ ପ୍ଲସ୍ ସୁରକ୍ଷାଠୁ କମ୍ କି?। ହାତୀମାନଙ୍କ ସୁରକ୍ଷା ବଳୟରେ ଚାଲୁଛି ହାତୀ ଛୁଆ। ବଡ଼ ହାତୀଙ୍କ ସହ ତାଳ ଦେବାକୁ କୁନି କୁନି ପାଦରେ ଦୌଡୁଛି ହାତୀ ଛୁଆ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ତାମିଲନାଡ଼ୁ ସତ୍ୟମଙ୍ଗଲମ-କୋଏମ୍ବାଟୁରର ଏକ ନିଛାଟିଆ ଜଙ୍ଗଲ ରାସ୍ତାରେ। ଏପରି ସୁନ୍ଦର ଭିଡିଓକୁ ଉତ୍ତୋଳନ କରି ସେୟାର କରିଛନ୍ତି ଆଇଏଫଏସ୍ ଅଫିସର ସୁଶାନ୍ତ ନନ୍ଦା। ଯାହା ସୋସିଆଲ ମିଡିଆରେ ବେଶ୍ ଭିଡିଓ ଭାଇରାଲ ହେବାରେ ଲାଗିଛି।

Leave A Reply

Your email address will not be published.