ଓଡ଼ିଆ ନ୍ୟୁଜ୍: ନୂଆ ବିସ୍ଥାପନ ନୀତି ଆଣିବେ ରାଜ୍ୟ ସରକାର।ପ୍ରକ୍ରିୟା ଆରମ୍ଭ ହୋଇଥିବା ରାଜସ୍ବ ମନ୍ତ୍ରୀଙ୍କ ସୂଚନା।ଜମି ହରାଉଥିବା ଲୋକଙ୍କୁ ଦିଆଯିବ ବିକଳ୍ପ ସୁଯୋଗ।ଜମି ବଦଳରେ ଜମି ବି ଯୋଗାଇଦେବେ ସରକାର।କ୍ଷତିପୂରଣ ଜାଗାରେ ପ୍ରକଳ୍ପର ଅଂଶୀଦାର ବି ରହିପାରିବେ।ଜମି ହରାଇଥିଲେ ଜମି ଦେବେ ସରକାର। ଏଭଳି ପ୍ରତିଶ୍ରୁତି ଦେଇ ଚର୍ଚ୍ଚାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଯେଉଁମାନେ ଜମି ହରାଉଛନ୍ତି ସେମାନଙ୍କୁ ସରକାର ଜମି ଦେବେ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ। ଏନେଇ ଖୁବଶୀଘ୍ର ସବୁ ଜିଲ୍ଲାପାଳମାନଙ୍କୁ ରିପୋର୍ଟ ମଗାଯିବ ବୋଲି ସେ କହିଛନ୍ତି। ତାଙ୍କ କହିବା ମୁତାବକ, ନିଆଳିରେ ୧୯୮୨ମସିହାରୁ ଏହି ସମସ୍ୟା ନଜରକୁ ଆସିଛି।
ନିଆଳି ସହ ବଡମ୍ବାରେ ବି ବନ୍ୟା ସମୟରେ ନଦୀ ତା’ର ଗତିପଥ ବଦଳାଇବାରୁ ଅନେକ ଲୋକ ଜମି ହରାଇଛନ୍ତି। ସେମାନଙ୍କ ଜମି ନଦୀ ଭିତରକୁ ଚାଲି ଯାଇଥିବାରୁ ସେମାନେ ଏବେ ଜମିହୀନ ହୋଇଛନ୍ତି। ତେଣୁ ଏନେଇ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଜମି ହରାଇଥିଲେ ସରକାର ଜମି ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲପାଳମାନଙ୍କ ରିପୋର୍ଟ ଆସିବା ପରେ ନିଷ୍ପତ୍ତି ନିଆଯିବ।