ସିସିଟିଭିରେ ଗାମୁଛା ଗୁଡାଇ ଲୁଟିଲେ ଦୁର୍ବୃତ୍ତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଲୁଟର ନୂଆ ଉପାୟ। ଘରେ କେହି ନଥିବାବେଳେ ସିସିଟିଭିରେ ଗାମୁଛା ଗୁଡାଇ ଘର ଭିତରେ ପଶିଥିଲେ ଲୁଟେରା। ହେଲେ ସିସିଟିଭିରେ କଏଦ ହେବା ଡରରେ ଏଭଳି କରିଥିଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅନ୍ତର୍ଗତ ଗଡ଼ସାହି ଗାଁରେ।

ତେବେ ସୂଚନା ମୁତାବକ, ଗଡ଼ସାହି ଗ୍ରାମର ନାରାୟଣ ଦାସ ବାବୁ ଗତ ୨୮ ତାରିଖ ଆଖି ଅପରେସନ ପାଇଁ ଭୁବନେଶ୍ୱର ଯାଇଥିଲେ। ଗତକାଲି ରାତିରେ ଘରେ ପହଞ୍ଚିବା ପରେ ଘର ଗେଟ୍‌ ତାଲା ଭଙ୍ଗା ଯାଇଥିବା ଦେଖିଥିଲେ। ଏଥିସହ ଚାବି ଭଙ୍ଗାଯାଇଥିବା ବେଳେ ଘରର ଜିନିଷ ପତ୍ର ଏଣେତଣେ ପଡ଼ିଥିବା ଦେଖିବାକୁ ପାଇଥିଲେ।

ଏଥିସହ ଚୋରମାନେ ଘରେ ଥିବା ଆଲମାରିରୁ  ନଗଦ ୨୦ ହଜାରରୁ ଅଧିକ ଟଙ୍କା ଓ ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିନେଇଥିବା ଘର ମାଲିକ ଥାନରେ ଅଭିଯୋଗ କରିଛନ୍ତି।  ଏଥିସହ ଚୋରମାନେ ଘରୁ ଚୋରି କରିବା ସମୟରେ ଘରେ ଲାଗିଥିବା ସିସିଟିଭି ଉପରେ ଗାମୁଛା  ଗୁଡ଼ାଇ ଦେଇଥିବା ଜଣାଯାଇଛି। ପୁଲିସ ଆଖପାଖ ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.