ଓଡ଼ିଆ ନ୍ୟୁଜ୍: ରାଉରକେଲା ବିର୍ସାର ଡେପୁଟି ରେଞ୍ଜର ଅସିତ ପଟ୍ଟନାୟକ।୧୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ।ଭିଜିଲାନ୍ସ ଧରିବା ପରେ ୪ଟି ଠିକଣାରେ ଚାଲିଛି ରେଡ। ଅସିତଙ୍କ ଘରୁ ନଗଦ ୮.୩୭ଲକ୍ଷ ଓ ୩୯୦ ଗ୍ରାମ ସୁନା ଜବତ।ଜଣେ ଗାଡି ମାଲିକଙ୍କଠୁ ୧୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଅସିତ ପଟ୍ଟନାୟକ ।
ସରକାରୀ କାର୍ଯ୍ୟ ପାଇଁ ପୂର୍ବରୁ ନିୟୋଜିତ ଥିବା ଗାଡ଼ିର ଭଡ଼ା ଶୁଳ୍କ ପ୍ରଦାନ କରିବା ପାଇଁ ଗାଡ଼ି ମାଲିକଙ୍କ ଠାରୁ ୧୮,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଛି ଭିଜିଲାନ୍ସ । ପରେ ତାଙ୍କର ବିଭିନ୍ନ ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଆରମ୍ଭ ହୋଇଛି । ଏକା ସାଙ୍ଗରେ ଅସିତଙ୍କ ୪ଟି ଠିକଣାରେ ରେଡ କରିଛନ୍ତି ଭିଜିଲାନ୍ସ ଟିମ୍ । ରାଉରକେଲା ସ୍ଥିତ ତାଙ୍କ ଘର ରେଡ୍ କରିବା ସମୟରେ ୮ ଲକ୍ଷ ୩୭ ହଜାର ନଗଦ ଟଙ୍କା, ୩୯୦ ଗ୍ରାମର ସୁନା ଜବତ କରିଛି ଭିଜିଲାନ୍ସ ।