ବ୍ରିଟେନ୍ ନୂଆ ପ୍ରଧାନମନ୍ତ୍ରୀ ରେସର ଆଗରେ ଋଷି ସୁନକ: ପ୍ରଥମ ରାଉଣ୍ଡରେ ମିଳିଲା ସର୍ବାଧିକ ଭୋଟ୍

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଇସ୍ତଫା ଦେବା ପରେ କିଏ ହେବ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ, ତାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ଏହାରି ଭିତରେ ପ୍ରଧାନମନ୍ତ୍ରୀ ରେସରେ ପ୍ରଥମେ ଅଛନ୍ତି ଋଷି ସୁନକ । ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବାର ନିକଟତର ହୋଇଛନ୍ତି। ପୂର୍ବତନ ଅର୍ଥ ମନ୍ତ୍ରୀ ସୁନକ କଞ୍ଜରଭେଟିଭ ପାର୍ଟିର ନେତା ଭାବେ ଚୟନ ପାଇଁ ହୋଇଥିବା ପ୍ରଥମ ରାଉଣ୍ଡ ମତଦାନରେ ସବୁଠୁ ଅଧିକ ଭୋଟ୍ ହାସଲ କରିଛନ୍ତି। ସୁନକଙ୍କୁ ସର୍ବାଧିକ ୮୮ ଭୋଟ୍ ମିଳିଛି। ତାଙ୍କ ପରେ ବାଣିଜ୍ୟ ମନ୍ତ୍ରୀ ପେନି ମୋଡେଣ୍ଟଙ୍କୁ ୭୭ ଏବଂ ବୈଦେଶିକ ମନ୍ତ୍ରୀ ଲିଜ ଟ୍ରସଙ୍କୁ ୫୫ ଭୋଟ୍ ମିଳିଛି।

ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ଜେରେମୀ ହଣ୍ଟ ଏବଂ ବର୍ତ୍ତମାନ ଚାନସେଲର ନାଦିମ ଜାହାଭି ପ୍ରଥମ ରାଉଣ୍ଡ ମତଦାନ ପରେ ପ୍ରଧାନମନ୍ତ୍ରୀ ଦୌଡରୁ ହଟି ଯାଇଛନ୍ତି। ଉଭୟ ପରବର୍ତ୍ତୀ ରାଉଣ୍ଡରେ ସ୍ଥାନ ପାଇବା ପାଇଁ ଆବଶ୍ୟକ ୩୦ ଭୋଟ୍ ହାସଲ କରିବାରେ ବିଫଳ ହୋଇଛନ୍ତି। ବର୍ତ୍ତମାନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଦୌଡରେ ସବୁଠୁ ଆଗରେ ଅଛନ୍ତି ସୁନକ ଏବଂ ବୈଦେଶିକ ସଚିବ ଲିଜ୍ ଟ୍ରସ ଏବଂ ବାଣିଜ୍ୟ ମନ୍ତ୍ରୀ ପେନି ମୋର୍ଡେଣ୍ଟ। ତେଣୁ ଋଷି ସୁନକ ହିଁ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ପାଇଁ ଯାଉଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.