ପୋଲାଣ୍ଡ ଉପରେ ଆକ୍ରମଣ କରିବ ଋଷ !

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ୟୁକ୍ରେନ୍ ପରେ ପୋଲାଣ୍ଡ । ପୋଲାଣ୍ଡ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି ଋଷ । ୟୁକ୍ରେନକୁ ମାଟିରେ ମିଶାଇ ସାରିଥିବା ରୁଷର କ୍ରୁର ଦୃଷ୍ଟି ଏବେ ପଡିଛି ପୋଲାଣ୍ଡ ଉପରେ ପଡିଛି । ପୋଲାଣ୍ଡ ଉପରେ ଆକ୍ରମଣ କରିବା ନେଇ ଖୋଲା ଚ୍ୟାଲେଂଜ ଦେଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ମସ୍କୋର ନିର୍ଦ୍ଦେଶକ୍ରମେ ପୁଟିନଙ୍କ ଘନିଷ୍ଟ ସହଯୋଗୀ ତଥା ଚେଚେନ ଆର୍ମି ମୁଖ୍ୟ ରମଜାନ କାଦିରୋବ ଭିଡିଓ ଜାରି କରି ପୋଲାଣ୍ଡକୁ ଧମକ ଦେଇଛନ୍ତି । ୟୁକ୍ରେନ ଯୁଦ୍ଧରେ ରୁଷ ପାଇଁ ରଣନୀତି ପ୍ରସ୍ତୁୁତ କରୁଥିବା ରମଜାନ କାଦିରୋବ କହିଛି—ୟୁକ୍ରେନ ମିଶନ ଶେଷ ହୋଇଛି । ଏବେ ପାଳି ପୋଲାଣ୍ଡର । ବାସ ଗୋଟିଏ ମାତ୍ର ନିର୍ଦ୍ଦେଶ ମିଳିଲେ ଆମେ ପୋଲାଣ୍ଡକୁ ଆମ ଶକ୍ତି ଦେଖାଇବୁ । ନିଜକୁ ରକ୍ଷା କରିବା ପାଇଁ ପୋଲାଣ୍ଡ ପାଖରେ ଏବେବି ମୌକା ଅଛି । ୟୁକ୍ରେନର ନିଜର ସମସ୍ତ ହତିଆର ଓ ସେନା ପ୍ରତ୍ୟାହାର କରି କ୍ଷମା ମାଗୁ ପୋଲାଣ୍ଡ । ପୋଲାଣ୍ଡ ଆମ କଥାକୁ ଗମ୍ଭୀରତା ସହ ଗ୍ରହଣ କରୁ । ନଚେତ ଭୟଙ୍କର ପରିଣାମ ଭୋଗିବ ।

  1. ରୁଷ ଟାର୍ଗେଟରେ ପୋଲାଣ୍ଡ:
    ● ଯୁଦ୍ଧରେ ୟୁକ୍ରେନକୁ ପ୍ରଥମ ଦିନରୁ ସମର୍ଥନ ଦେଉଛି ପୋଲାଣ୍ଡ
    ● ଅସ୍ତ୍ରଶସ୍ତ୍ର ଓ ପୂର୍ଣ୍ଣ ସେନା ସମର୍ଥନ ଯୋଗାଉଛି
    ● ନାଟୋ ଦେଶମାନେ ପୋଲାଣ୍ଡ ସୀମା ଦେଇ ୟୁକ୍ରେନକୁ ସେନା ସହାୟତା ପଠାଉଛନ୍ତି
    ● ଏହି ହତିଆର ଯୋଗାଣ ଚେନ୍ ଭାଙ୍ଗିବା ପାଇଁ ରୁଷ ପ୍ରୟାସ କରୁଛି
    ● ଯଦି ଆକ୍ରମଣ ହୁଏ ତେବେ ୟୁକ୍ରେନକୁ ହତିଆର ଯୋଗାଣ ଠପ୍ ହେବ
    ● ନାଟୋକୁ ୟୁକ୍ରେନ ସୀମାଠୁ ଦୂରରେ ରଖିବା ରୁଷର ମୁଖ୍ୟ ଉଦ୍ଦେଶ୍ୟ
    ● ପୋଲାଣ୍ଡରେ ୧୨ହଜାର ନାଟୋ ସେନା ଉପସ୍ଥିତ ରୁଷର ମୁଣ୍ଡବିନ୍ଧାର କାରଣ ପାଲଟିଛି
    ● ପୂର୍ବ ପୋଲାଣ୍ଡରେ ନାଟୋ ସେନା ସମରଭ୍ୟାସ ଜାରି ରଖିଛନ୍ତି
    ● ନାଟୋ ଦେଶ ଓ ୟୁକ୍ରେନ ମେରୁଦଣ୍ଡ ଭାଙ୍ଗିବାକୁ ଚାହୁଁଛି ରୁଷ
    ଆକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଆମେରକାଠୁ ବିପୁଳ ସଂଖ୍ୟକ ହତିଆର କିଣିବା ଆରମ୍ଭ କରିଛି ପୋଲାଣ୍ଡ । ପୋଲାଣ୍ଡ ରାଜଦୁତ ଏକଥା ସ୍ପଷ୍ଟ କରିଛନ୍ତି ଦେଶର ପ୍ରତିରକ୍ଷା ବଜେଟ ବଢାଯାଇ ସେନାକୁ ସଶକ୍ତ କିଣୁଛି ପୋଲାଣ୍ଡ । ଯଦି ରୁଷ ଆକ୍ରମଣ କରେ ତେବେ ପୋଲାଣ୍ଡ ମୁହଁତୋଡ ଜବାବ ଦେବାକୁ ପ୍ରସ୍ତୁତ ହେଉଛି ।

 

Leave A Reply

Your email address will not be published.