ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଋଷ-ୟୁକ୍ରେନ୍ ଯୁଦ୍ଧ ଦୀର୍ଘଦିନ ଧରି ଲାଗି ରହିଛି । ୟୁକ୍ରେନ୍ ଉପରେ ଘନ ଘନ ଆକ୍ରମଣ କରିଚାଲିଛି ଋଷ । ଏହି ଯୁଦ୍ଧ ଭିତରେ ଋଷ-ୟୁକ୍ରେନ ଯୁଦ୍ଧର ସମାପ୍ତି ହେବାର ଆଶା ଦେଖାଯିବାକୁ ଲାଗିଲାଣି।
ତୁର୍କୀ ରାଷ୍ଟ୍ରପତି ଏରଡଗାନ୍ କହିଛନ୍ତି ଯେ ପୁଟିନ୍ ଏବଂ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ମଧ୍ୟରେ ଏକ ବୈଠକ ହୋଇପାରେ। ଦୁଇ ନେତା ଖୁବ୍ ଶୀଘ୍ର ସାକ୍ଷାତ ହୋଇପାରନ୍ତି ବୋଲି ଏରଦାନ୍ କହିଛନ୍ତି। ତେବେ ଦେଖାଯାଉ, କେବେ ଏହି ବୈଠକ ହେଉଛି ଓ ଆଉ କେବେ ସମାଧାନ ହେଉଛି, ତାହା ଦେଖିବାର ବିଷୟ ।