ଗିରଫ ହେଲେ କୁବେର RW ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ

0

ଓଡ଼ିଆ ନ୍ୟୁଜ୍: ଗିରଫ ହେଲେ ଯନ୍ତ୍ରୀ ବୈକୁଣ୍ଠ ଷଢଙ୍ଗୀ। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ କୁବେର RW ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଗତକାଲି ତାଙ୍କ ଘରୁ ମିଳିଥିଲା ନଗଦ ୨.୫୬ କୋଟି ଟଙ୍କା ମିଳିଥିଲା।ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ (ପ୍ଲାନ୍‌ ରୋଡ୍‌ସ) ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା।

ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଶୁକ୍ରବାର ବୈକୁଣ୍ଠନାଥଙ୍କ ଅନୁଗୋଳ, ଭୁବନେଶ୍ୱର ଓ ପିପିଲି(ପୁରୀ)ର ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଥିଲା ଏସବୁ ସ୍ଥାନ ମଧ୍ୟରେ ଭୁବନେଶ୍ୱରସ୍ଥିତ ଅଫିସ ଚାମ୍ବର ଓ ଅନୁଗୋଳ ଜିଲା ଲୋକେଇପଶି ଗ୍ରାମସ୍ଥିତ ପୈତୃକଘର, ଶିକ୍ଷକପଡାସ୍ଥିତ ସମ୍ପର୍କୀୟଙ୍କ ଘର ଆଦି ରହିଛି। ଯାଞ୍ଚରୁ ବୈକୁଣ୍ଠ ୧୫ କୋଟିରୁ ଅଧିକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠୁଳ କରିଥିବା ସୂଚନା ମିଳିଥିଲା। ତେବେ ଭିଜିଲାନ୍ସ ଟିମ୍‌କୁ ଦେଖି ବୈକୁଣ୍ଠ ଭୁବନେଶ୍ୱର ଡୁମୁଡୁମାସ୍ଥିତ ଫ୍ଲାଟ୍‌ର ଝରକା ବାଟେ ବିଡ଼ା ବିଡ଼ା ୫୦୦ ଟଙ୍କିଆ ନୋଟ୍‌ ଫିଙ୍ଗିଦେଇଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Leave A Reply

Your email address will not be published.