ବିରାଟଙ୍କ ବିଶ୍ୱ ରେକର୍ଡରେ ସଚିନଙ୍କ ଖୁସି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):   ବିଶ୍ୱ କ୍ରିକେଟର ଲୋକପ୍ରିୟ ଚେହେରା ବିରାଟ କୋହଲି । ତାଙ୍କ ନାଁରେ ରେକର୍ଡ ପରେ ରେକର୍ଡ । ହେଲେ ଯେବେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା କଥା ଆସେ, ତାହା ସ୍ୱତନ୍ତ୍ର ହୋଇ ଥାଏ । ବିଶ୍ୱକପ ସେମି-ଫାଇନାଲରେ ନୁ୍ୟଜିଲ୍ୟାଣ୍ଡ ବିପକ୍ଷରେ କିଙ୍ଗ କୋହଲି ତାଙ୍କ ୫୦ତମ ଦିନିକିଆ ଶତକ ହାସଲ କରିବା ସହ ସଚିନଙ୍କ ରେକର୍ଡକୁ ପାର କରିଛନ୍ତି । ଏଥିପାଇଁ ସବୁ ମହଲରୁ ବିରାଟଙ୍କ ପାଇଁ ଛୁଟିଛି ପ୍ରଶଂସାର ସୁଅ ।

ମାଷ୍ଟର ବ୍ଲାଷ୍ଟର ସଚିନ ଏହି ଅପୂର୍ବ ଉପଲବ୍ଧି ପାଇଁ ବିରାଟଙ୍କୁ ତାଙ୍କ “ଏକ୍ସ’ ହ୍ୟାଣ୍ଡଲରେ ଶୁଭେଚ୍ଛା ଜଣାଇବା ସହ ଖୁସି ବ୍ୟକ୍ତି କରିଛନ୍ତି । ଏଥିସହ ଭାରତୀୟ ଡ୍ରେସିଂ ରୁମରେ କୋହଲିଙ୍କ ପ୍ରଥମ ଦିନକୁ ମନେ ପକାଇଛନ୍ତି ସଚିନ । ସେ ଲେଖିଛନ୍ତି, ଡ୍ରେସିଂ ରୁମରେ ତୁମେ ଯେଉଁଦିନ ପ୍ରଥମ କରି ପାଦ ଥାପିଥିଲ, ମୁଁ ଭେଟିଥିଲି ତୁମକୁ । ସେଦିନ ସାଥୀ ଖେଳାଳି ମାନେ ତୁମ ସହ ଥଟ୍ଟା କରି ମୋ ପାଦ ଛୁଇଁବାକୁ କହିଥିଲେ । ତୁମକୁ ଏମିତି କହିବା ଦେଖି ମୁଁ ହସକୁ ଚାପି ପାରିନ ଥିଲି । କିନ୍ତୁ ଖୁବଶୀଘ୍ର କ୍ରିକେଟ ପ୍ରତି ତୁମର ଆଗ୍ରହ ଓ ଦକ୍ଷତା ଲାଗି ତୁମେ ମୋ ହୃଦୟ ଛୁଇଁଲା ସେଦିନର ଯୁବକ ଆଜି ଜଣେ ବିରାଟ ଖେଳାଳି ପାଲଟି ଥିବାରୁ ମୁଁ ଖୁବ୍ ଆନନ୍ଦିତ । ଜଣେ ଭାରତୀୟ ଖେଳାଳି ମୋ ରେକର୍ଡ ଭାଙ୍ଗିବାଠାରୁ ଅଧିକ ଖୁସି ଆଉ କଣ ହୋଇପାରେ ।

ତାହା ପୁଣି ବିଶ୍ୱକପ୍ ସେମି-ଫାଇନାଲ ଭଳି ବିରାଟ ମଞ୍ଚରେ.ଆଉ ମୋ ଘରୋଇ ପଡିଆରେ । ଏଥିରୁ ବିରାଟଙ୍କ ରେକର୍ଡ ପାଇଁ ସଚିନଙ୍କ ଖୁସି ସ୍ପଷ୍ଟ ବାରି ପଡୁଛି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ତାଙ୍କ “ଏକ୍ସ’ ହ୍ୟାଣ୍ଡଲରେ ଲେଖିଛନ୍ତି, ବିରାଟ କେବଳ ତାଙ୍କ ୫୦ତମ ଶତକ କରିନାହାନ୍ତି । ବରଂ ତାଙ୍କ ଉକôୃଷ୍ଟତା ଓ ଉସôାହର ଉଦାହରଣ ସୃଷ୍ଟି କରିଛନ୍ତି । ଯାହାକି ଖେଳୁଆଡ ମନୋଭାବର ଅସଲ ସଂଜ୍ଞା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରାଟଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, ଗୁରୁତ୍ୱପୂର୍ଣ୍ଣ ବିଶ୍ୱକପ ସେମି-ଫାଇନାଲରେ ୫୦ତମ ଶତକ କରି ବିରାଟ ଇତିହାସ ରଚିଛନ୍ତି । ଆଗକୁ ମଧ୍ୟ ସେ ତାଙ୍କ ଚତ୍ମକାର ଫର୍ମ ଜାରି ରଖି ଦେଶକୁ ଗୌରବାନ୍ୱିତ କରନ୍ତୁ ।

Leave A Reply

Your email address will not be published.