ଓଡ଼ିଆ ନ୍ୟୁଜ୍: ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ସରକାରଙ୍କ ବଡ଼ ଘୋଷଣା।ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ କାର୍ଯ୍ୟକାରୀ ହେବ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ।ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯିବ।ମହିଳାଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ କାର୍ଯ୍ୟ କରିବ।ଏଥିପାଇଁ ଏକ ୬ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ।ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରାଯିବ।ଛାତ୍ରୀମାନଙ୍କ ସଶକ୍ତୀକରଣ ଓ ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବ।ମୁଖ୍ୟତଃ ୮ଟି ଦିଗକୁ ଗରୁତ୍ବ ଦିଆଯିବ କହିଲେ ମୁଖ୍ୟମନ୍ତ୍ରୀ।
ଉଚ୍ଚ ଶିକ୍ଷାନୁଷ୍ଠାନରେ ‘ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର’ ସ୍ଥାପନ କରାଯିବ।ଶକ୍ତିଶ୍ରୀ ଆପ୍ର SOS ବଟନ୍ ବ୍ୟବହାର କରି ତୁରନ୍ତ ସାହାଯ୍ୟ ନେଇପାରିବେ।SAFE କ୍ୟାମ୍ପେନ୍ ସହ କ୍ୟାମ୍ପସ୍ ସୁରକ୍ଷା ରିପୋର୍ଟ ଡିସେମ୍ବର ୩୧ ସୁଦ୍ଧା ଦେବେ।ମହାବିଦ୍ୟାଳୟ/ବିଶ୍ବବିଦ୍ୟାଳୟରେ CCTV କ୍ୟାମେରା ଲଗାଯିବ।ବର୍ଷକୁ ଥରେ ‘ଶକ୍ତି ସ୍ବରୂପିଣୀ’ ଏକଦିବସୀୟ କର୍ମଶାଳା ମଧ୍ୟ ହେବ।ଶକ୍ତିଶ୍ରୀ ମୋବାଇଲ୍ ଆପ୍ ମଧ୍ୟ କାର୍ଯ୍ୟ କରିବ।ଯଦି ଛାତ୍ରୀ ଅସୁବିଧାରେ ପଡ଼ନ୍ତି ନାମ ଗୋପନ ରଖି ପଞ୍ଜୀକୃତ କରିପାରିବେ।