ବଢିଲା ସଲମାନ୍ ଖାନଙ୍କ ସୁରକ୍ଷା: ଜାଣନ୍ତୁ କାହିଁକି ?

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବଲିଉଡ୍ ଅଭିନେତା ସଲମାନ ଖାନ୍ ଙ୍କ ବଢିଲା ସୁରକ୍ଷା । ସଲମାନ ଖାନ ଏବଂ ତାଙ୍କ ପିତା ସଲିମ ଖାନଙ୍କୁ ହତ୍ୟା ଧମକ ଦେବା ପରେ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି । ସୂଚନାନୁସାରେ ସଲମାନଙ୍କୁ ରବିବାର ଏକ ଚିଠି ମାଧ୍ୟମରେ ହତ୍ୟା ଧମକ ଦିଆଯାଇଥିଲା । ଧମକ ଦିଆଯାଇଥିବା ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି ଏବଂ ଆଜି ପୋଲିସ ଅଭିନେତାଙ୍କ ଘରକୁ ଯାଇଛି।ହତ୍ୟା ଧମକପୂର୍ଣ୍ଣ ଚିଠି ସାମ୍ନାକୁ ଆସିବା ପରେ ମୁମ୍ବାଇ ପୋଲିସ ହାଇ ଆଲର୍ଟରେ ଅଛି ।

ସୂଚନା ଅନୁସାରେ ସଲମାନ ଖାନଙ୍କ ପିତା ସକାଳେ ବୁଲିବାକୁ ଯାଇଥିଲେ। ସେଠାରେ ସେ ଏକ ବେଞ୍ଚରେ ବସିଥିଲେ । ସେଠାରୁ ତାଙ୍କ ନିଜର ଓ ତାଙ୍କ ପୁଅ ସଲମାନଙ୍କ ନାଁରେ ଧମକ ପୂର୍ଣ୍ଣ ଏକ ଚିଠି ମିଳିଥିଲା । ଚିଠି ଲେଖାଯାଇଥିଲା ଯେ ସଲମାନଙ୍କ ଅବସ୍ଥା ସିଦ୍ଧୁ ମୁସେୱାଲଙ୍କ ଭଳି କରିଦେବୁ । ଏହି ଚିଠି ମିଳିବା ପରେ ମୁମ୍ୱାଇର ବାନ୍ଦ୍ରା ପୁଲିସ୍ ଏହି ମାମଲାରେ ଏଫଆଇଆର୍ ରୁଜୁ କରିଛି ।

ସିଦ୍ଧୁ ମୁସେୱାଲଙ୍କର ମୃତ୍ୟୁ ପରେ ସଲମାନ ଖାନଙ୍କର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆ ଯାଇଥିଲା । ଏହା ଏଥିପାଇଁ କି , ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମୁଖ୍ୟ ସଦିଗ୍ଧ ବିଷ୍ଣୋଇ କିଛି ବର୍ଷପୂର୍ବେ ସଲମାନ ଖାନଙ୍କର ହତ୍ୟାର ପ୍ଲାନ କରିଥିଲା। ଯାହାକୁ ଧ୍ୟାନରେ ରଖି ସଲମାନ ଖାନଙ୍କ ପ୍ରତି ବିପଦକୁ ନେଇ ତାଙ୍କର ସୁରକ୍ଷା ବଢ଼ାଇ ଦିଆଯାଇ ଥିଲା । ବର୍ତ୍ତମାନ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ତିହାର ଜେଲ୍‌ରେ ବନ୍ଦୀ ଅଛି ।

Leave A Reply

Your email address will not be published.