ଓଡ଼ିଆ ନ୍ୟୁଜ୍: ବଦଳିଲା ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କ ବିଧାନସଭା ସିଟ୍।ବିଜେଡିରୁ ନିଲମ୍ବନ ପରେ ବଦଳିଲା ଉଭୟଙ୍କ ବିଧାନସଭା ସିଟ୍।ଅରବିନ୍ଦଙ୍କ G19ରୁ F19 ଓ ସନାତନଙ୍କ F14ରୁ F21 ହେଲା। ଅରବିନ୍ଦ ମହାପାତ୍ରଙ୍କ ସିଟ୍ ସୁନିଲ ମହାନ୍ତିଙ୍କ ସହ ପରିବର୍ତ୍ତନ ହେଲା।ମାଧବ ଧଡ଼ାଙ୍କ ସିଟ୍ ସହ ପରିବର୍ତ୍ତନ ହେଲା ସନାତନ ମହାକୁଡ଼ଙ୍କ ସିଟ୍।
ସୂଚନା ଅନୁଯାୟୀ ଉଭୟଙ୍କୁ ବିଜେଡିରୁ ନିଲମ୍ୱନ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କୁ ଦଳରୁ ବିଜେଡିରୁ ନିଲମ୍ୱନ କରିଥିଲେ ବିଜେଡି ସୁପ୍ରିମୋ । ବିଜେଡି ସରକାର କେନ୍ଦୁଝରର ବିକାଶ କରିନାହିଁ ବୋଲି କିଛି ଦିନ ତଳେ କହିଥିଲେ ସନାତନ ମହାକୁଡ଼ । ଏଭଳି ମନ୍ତବ୍ୟ ଦେଇ ପରୋକ୍ଷରେ ନବୀନଙ୍କ ନେତୃତ୍ବକୁ ଚ୍ୟାଲେଂଜ କରିଥିଲେ ସନାତନ ମହାକୁଡ଼ । ଯେଉଁଥିପାଇଁ ସନାଙ୍କ ବିରୋଧରେ ଏହି ବଡ଼ ଆକ୍ସନ ନିଆଯାଇଥିବା ଜଣାପଡ଼ିଛି ।
ସେହିପରି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଅନ୍ୟ ଦଳର ନେତାଙ୍କ ସହ ମିଶି ‘ଭିତିରିଆ ଷଡ଼ଯନ୍ତ୍ର’ କରୁଥିବା ବିଜେଡି ସନ୍ଦେହ କରୁଛି । ବିଜେଡିକୁ ଦୁର୍ବଳ କରିବା ପାଇଁ ଅରବିନ୍ଦ ମହାପାତ୍ର ଉଦ୍ୟମ କରୁଥିବା ବିଜେଡି ସନ୍ଦେହ କରିଛି । ଏହି କାରଣ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଅରବିନ୍ଦଙ୍କୁ ଦଳରୁ ନିଲମ୍ବନ କରିଥିବା ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି ।