ଓଡ଼ିଆ ନ୍ୟୁଜ୍: ଦଳରୁ କାହିଁକି ସସ୍ପେଣ୍ଡ କରାଗଲା ମୁଁ ଜାଣିନି କହିଲେ ସନାତନ ମହାକୁଡ଼। ମୁଁ କୌଣସି ଦଳ ବିରୋଧୀ କାର୍ଯ୍ୟ କରି ନାହିଁ। ୧୩ ତାରିଖ ମିଟିଂରେ ମୁଁ ନବୀନଙ୍କ ନାଁ ନେଇନି, ବିରୋଧରେ କିଛି କହିନି।ବିଜେଡି ସମୟରେ କେନ୍ଦୁଝର ବିକାଶ ହୋଇନି କହିଥିଲି। ଯଦି ଏତିକିରେ ସସ୍ପେଣ୍ଡ କରିବେ ତାହେଲେ ମୁଁ କିଛି କହିପାରିବିନି। ସସପେଣ୍ଡ କରିବା ପୂର୍ବରୁ ଡାକିଥିଲେ ନିଶ୍ଚିତ ଯାଇଥାନ୍ତି। ସସ୍ପେଣ୍ଡ କରିବା ପରେ ସଭାପତିଙ୍କୁ ଦେଖା କରିବା ଠିକ୍ ହେବନି’।
ସେପଟେ ଦୁଇ ବିଧାୟକଙ୍କୁ ବିଜେଡିରୁ ବହିଷ୍କାର ସଂପର୍କରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଓ ବିଧାୟକ ଗଣେଶ୍ବର ବେହେରା । ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ସସ୍ପେଣ୍ଡ ନେଇ ରଖିଛନ୍ତି ପ୍ରତିକ୍ରିୟା । ଦଳକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କହିଛନ୍ତି ଦିବ୍ୟଶଙ୍କର ମିଶ୍ର ।ଯିଏ ବି ପାର୍ଟି ବିରୋଧରେ ଷଡ଼ଯନ୍ତ୍ର କରିବ, ପାର୍ଟିକୁ ଦୁର୍ବଳ କରିବାକୁ ଚାହିଁବ । ତା ବିରୋଧରେ କଠୋର ପଦକ୍ଷେପ ହେବ । ଭାବି ଚିନ୍ତି ପାର୍ଟିର ନେତା ନିଷ୍ପତ୍ତି ନିଅନ୍ତି ବୋଲି କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର କହିଥିଲେ ।