ଓଡ଼ିଆ ନ୍ୟୁଜ୍: ବିଜେଡିରୁ ବିଧାୟକ ଅରବିନ୍ଦ ମହାପାତ୍ର ନିଲମ୍ବିତ ହେବା ନେଇ ଆସିଲା ପ୍ରତିକ୍ରିୟା।ପ୍ରଥମ ପ୍ରତିକ୍ରିୟା ଆସିଛି। ମୁଁ କୌଣସି ଦଳ ବିରୋଧୀ କାମ କରି ନାହିଁ, କି ମୋତେ କାହିଁକି ଦଳରୁ ନିଲମ୍ବିତ କରାଗଲା ସେ ବିଷୟରେ ପାର୍ଟି ପକ୍ଷରୁ ମୋତେ କୌଣସି ସୂଚନା ଦିଆଯାଇ ନାହିଁ ବୋଲି ଅରବିନ୍ଦ ମହାପାତ୍ର କହିଛନ୍ତି।
ସେ କହିଛନ୍ତି ଯେ ମୋ ସହ କେହି ଯୋଗାଯୋଗ କରି ନାହାନ୍ତି। ମୋତେ କାହିଁକି ନିଲମ୍ବନ କରାଗଲା ମୁଁ ଜାଣି ନାହିଁ।ମୋର ନିଲମ୍ବନ ନେଇ ପାର୍ଟି ତରଫରୁ ମୋତେ କେହି କିଛି କହି ନାହାନ୍ତି। ନିଲମ୍ବନ ବିଷୟରେ ସୋସିଆଲ୍ ମିଡିଆରୁ ଜାଣିଲି।ମୁଁ କୌଣସି ଦଳବିରୋଧୀ କାମ କରି ନାହିଁ କି ଦଳକୁ ଅସୁବିଧାରେ ପକାଇବା ଭଳି କୌଣସି କାମ କରିନି ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସେହିପରି ମୁଁ 5T ବିରୋଧରେ ମନ୍ତବ୍ୟ ଦେଇଥିବା ନେଇ ଅଭିଯୋଗ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀ ମହାପାତ୍ର। ସେ କହିଛନ୍ତି ଯେ ମୁଁ 5T ବିରୋଧରେ କୌଣସି ମନ୍ତବ୍ୟ ଦେଇ ନାହିଁ।