ସଂସଦୀୟ ଦଳ ନେତା ପଦରୁ ସସ୍ମିତଙ୍କ ଇସ୍ତଫା

0

ଓଡ଼ିଆ ନ୍ୟୁଜ୍: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା।ବିଜେଡି ସଭାପତି ନବୀନଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର।ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସସ୍ମିତ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ନିକଟରେ ବିଜୁ ବାବୁଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସେ ସଂସଦର ଏକ କମିଟିର ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। କିନ୍ତୁ ଏବେ ଦଳର ଆଭିମୁଖ୍ୟ ପ୍ରତି ଅସନ୍ତୁଷ୍ଟ ବ୍ୟକ୍ତ କରି ସେ ନିଜ ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି।

ନିକଟରେ ରାଜ୍ୟସଭାରେ ସାଂସଦ ଭାବେ ଶପଥ ଗ୍ରହଣ କରିଥିଲେ ବିଜେଡିର ସାଂସଦ ସଂତୃପ୍ତ ମିଶ୍ର। ଏବେ ଦଳ ତାଙ୍କୁ ରାଜ୍ୟସଭାରେ ବିଜେଡିର ସଂସଦୀୟ ଦଳ ନେତା କରିବାକୁ ଯୋଜନା ଚାଲିଛି। ଅନ୍ୟପଟେ ବିଜେଡିର ରାଜ୍ୟସଭାରେ ସଂସଦୀୟ ଦଳ ନେତା ସସ୍ମିତ ପାତ୍ରଙ୍କୁ ହଟାଇବା ପାଇଁ ଅଭିଯାନ ଆରମ୍ଭ ହୋଇଥିବା ରାଜନୀତି ମହଲରେ ଭିତିରି ଚର୍ଚ୍ଚା ଚାଲିଥିଲା। ଦଳର ଅନ୍ୟ ସାଂସଦମାନେ ଏ ସମ୍ପର୍କରେ ସଭାପତିଙ୍କୁ ଲିଖିତ ଭାବେ ଜଣାଇଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା।

Leave A Reply

Your email address will not be published.