ଓଡ଼ିଆ ନ୍ୟୁଜ୍: ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ।୭୯ ବର୍ଷ ବୟସରେ ସତ୍ୟପାଲ ମଲ୍ଲିକଙ୍କ ପରଲୋକ।RML ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ। ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଆଜି ଦିନ ପ୍ରାୟ ୧ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିବା ଜଣାଯାଇଛି। ଅବସ୍ଥା ଗୁରୁତର ଥିବାରୁ ICUରେ ଭର୍ତ୍ତି ହୋଇଥିଲେ।ଜମ୍ମୁ କାଶ୍ମୀର, ମେଘାଳୟ, ବିହାର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ।ଓଡ଼ିଶାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ମଧ୍ୟ ତୁଲାଇଥିଲେ।୨୦୧୮ ମାର୍ଚ୍ଚ ୨୧ରୁ ମେ ୨୮ ପର୍ଯ୍ୟନ୍ତ ଅତିରିକ୍ତ ଦାୟିତ୍ବ ତୁଲାଇଥିଲେ।
ସୂଚନା ମୁତାବକ, ସେ ଦୀର୍ଘ ଦିନ ଧରି କିଡନୀ ରୋଗରେ ପୀଡିତ ଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମେ’ ୧୧ ତାରିଖରେ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଆଜି ତାଙ୍କର ମୃତ୍ୟୁ ହୋଇଛି।