ଦୀପାବଳି ପାଇଁ ରାଜ୍ୟରେ ୨ ଦିନ ସ୍କୁଲ୍‌ ଛୁଟି

0

ଓଡ଼ିଆ ନ୍ୟୁଜ୍: ଆସନ୍ତା ସୋମବାର ଦୀପାବଳି ପାଇଁ ସ୍କୁଲ୍‌ ଛୁଟି।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ସୂଚନା।ଦୀପାବଳି ପାଇଁ ରାଜ୍ୟରେ ୨ ଦିନ ସ୍କୁଲ୍‌ ଛୁଟି।ଉଭୟ ୨୦ ଓ ୨୧ ତାରିଖରେ ସ୍କୁଲ ଛୁଟି ରହିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ସୂଚନା।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ଆସନ୍ତା ସୋମବାର ଓ ମଙ୍ଗଳବାର ଦୁଇ ଦିନ ଦୀପାବଳି ପାଇଁ ଛୁଟି। ଅର୍ଥାତ୍ ୨୦୨୫ ଅକ୍ଟୋବର ୨୦ ଓ ୨୧ ତାରିଖରେ ଓଡ଼ିଶାରେ ଦୀପାବଳି ଛୁଟି ହେବ। କିନ୍ତୁ ଆସନ୍ତା ୨୫ ତାରିଖ ଚତୁର୍ଥ ଶନିବାର ହୋଇଥିବା ସତ୍ତ୍ବେ ଏହି ଦିନ ଛୁଟି ହେବ ନାହିଁ। ଦୀପାବଳି ପାଳନ ନେଇ ପୂର୍ବରୁ ଅକ୍ଟୋବର ୨୦ ତାରିଖ ଠିକ୍ ବୋଲି ମୁକ୍ତି ମଣ୍ଡପରେ ଘୋଷଣା ହୋଇଛି। ଶ୍ରୀମନ୍ଦିରରେ ଆସନ୍ତା ୨୦ ତାରିଖ ଦିନ ଦୀପାବଳି ଓ ପୟାଶ୍ରାଦ୍ଧ ଆୟୋଜନ ହେବ ବୋଲି ମଧ୍ୟ କୁହାଯାଇଛି।

ତେବେ ଲୋକଙ୍କ ମଧ୍ୟରେ ଦୀପାବଳି ପାଳନ ଓ ଛୁଟି ନେଇ ଦ୍ବନ୍ଦ୍ବ ରହିଥିଲା। ଦୀପାବଳି ନେଇ ଚଳିତ ଥର ଦ୍ବନ୍ଦ୍ବ ଉପୁଜି ଥିଲା। କିଛି ଲୋକ ଆସନ୍ତା ୨୦ ତାରିଖରେ ଦୀପାବଳି ପାଳନ ପାଇଁ ଚିନ୍ତା କରୁଛନ୍ତି। ଆଉ କିଛି ଅକ୍ଟୋବର ୨୧ରେ ଦୀପାବଳି ହେବ ବୋଲି କହୁଛନ୍ତି।

Leave A Reply

Your email address will not be published.