ୟୁପି ବିଧାନସଭା ନିର୍ବାଚନ୨୦୨୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ସୋମବାର ରାଜ୍ୟର ନଅଟି ଜିଲ୍ଲାର ୫୫ ଟି ଆସନରେ ମତଦାନ ଆରମ୍ଭ ହୋଇଛି।ନିର୍ବାଚନ ଅଧକାରୀ ମକ୍ ପୋଲ୍ ମାଧ୍ୟମରେ ଇଭିଏମ୍ ପରୀକ୍ଷା କରିଥିଲେ। ଏହା ପରେ ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଛି | ଥଣ୍ଡା ଏବଂ କୁହୁଡ଼ି ସତ୍ତ୍ୱେ ପଶ୍ଚିମ ଉତ୍ତରପ୍ରଦେଶର ଦୁଇଟି ଜିଲ୍ଲା ସହିତ ରୋହିଲଖଣ୍ଡର ସାତୋଟି ଜିଲ୍ଲାରେ ଭୋଟରମାନେ ମତଦାନ କେନ୍ଦ୍ରରେ ପହଂଚିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ସାହାରନପୁର, ବିଜନୋର, ମୁରାଦାବାଦ, ସମ୍ୱାଲ, ଆମ୍ରୋହା, ରାମପୁର, ବାଦାଉନ୍, ବରେଲି ଏବଂ ଶାହାଜାହାନପୁର ଜିଲ୍ଲାରେ ମତଦାନ ଆରମ୍ଭ ହେବ ସହ ଭୋଟରମାନେ ସକାଳ ୭ ଟାରୁ ଭୋଟର ମତଦାନ କେନ୍ଦ୍ରରେ ଲାଇନ ଲଗାଇଛନ୍ତି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ। ଏହି ପର୍ଯ୍ୟାୟରେ ୭୯ ଜଣ ମହିଳା ପ୍ରାର୍ଥୀ ଅଛନ୍ତି | ନିରପେକ୍ଷ ଏବଂ ଭୟମୁକ୍ତ ମତଦାନ ପାଇଁ ନିର୍ବାଚନ ଆୟୋଗ ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କରିଛି। ମତଦାନ ଉପରେ ନଜର ରଖିବା ପାଇଁ ନିର୍ବାଚନ ଆୟୋଗ ପ୍ରତ୍ୟେକ ଜିଲ୍ଲାର ୫୦ ପ୍ରତିଶତ ବୁଥରେ ଲାଇଭ ୱେବକାଷ୍ଟିଂ ପାଇଁ ବ୍ୟବସ୍ଥା କରିଛନ୍ତି। ଆବଶ୍ୟକତା ଅନୁଯାୟୀ ମତଦାନ ବୁଥରେ ଭିଡିଓ କ୍ୟାମେରା ମଧ୍ୟ ସ୍ଥାପନ କରାଯାଇଛି। ବିଜନୋରରେ ସେକ୍ଟର ମାଜିଷ୍ଟ୍ରେଟ ନାଗିନା ବିଧାନସଭା ନିର୍ବାଚନମଣ୍ଡଳୀରେ କୋଟ୍ରାବାସୀଙ୍କୁ ଟଙ୍କା ବଣ୍ଟନ କରୁଥିବା ଅଭିଯୋଗରେ ପ୍ରାର୍ଥୀଙ୍କ ପତ୍ନୀ ଏବଂ ତାଙ୍କ ଭାଇଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।
ଆଜି ରାମପୁରରେ ମତଦାନର ଦ୍ୱିତୀୟ ପର୍ଯ୍ୟାୟରେ ବିଜେପିର କେନ୍ଦ୍ର ମନ୍ତ୍ରୀ ମୁଖାର୍ ଅବ୍ବାସ ନାକଭି ଭୋଟ୍ ଦେଇଛନ୍ତି। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖାର୍ ଅବ୍ବାସ ନାକଭି ଏବଂ ତାଙ୍କ ପତ୍ନୀ ସୀମା ନାକଭି ଦାନିୟାପୁର ଶଙ୍କରପୁର ବୁଥରେ ଭୋଟ୍ ଦେଇଛନ୍ତି। ସେହିଭଳି ଉତ୍ତରପ୍ରଦେଶ ଅର୍ଥ, ସଂସଦୀୟ ବ୍ୟାପାର ଏବଂ ଡାକ୍ତରୀ ଶିକ୍ଷା ମନ୍ତ୍ରୀ ସୁରେଶ କୁମାର ଖନ୍ନା ସୋମବାର ଶାହାଜାହାନପୁରରେ ଭୋଟ୍ ଦେଇଛନ୍ତି। ପ୍ରତାପ କଲୋନୀର ଏକ ବୁଥରେ ସୁରେଶ କୁମାର ଖନ୍ନା ଭୋଟ୍ ଦେଇଥିଲେ। ସେ ଶାହାଜାହାନପୁର ସଦର ଆସନରୁ ବିଧାୟକ ଅଛନ୍ତି। ଅଷ୍ଟମ ଥର ବିଧାୟକ ଥିବା ଖନ୍ନା ନବମ ଥର ପାଇଁ ବିଧାୟକ ହେବାକୁ ଯାଉଛନ୍ତି।