ଅୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ADM ଗିରଫ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଅୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ADM ଗିରଫ। ତାଙ୍କ ପତ୍ନୀଙ୍କ ନାଁରେ ବି ହୋଇଛି ମାମଲା। ତାଙ୍କ ଠାରୁ 3ଲକ୍ଷ 52 ହଜାର ଟଙ୍କା ଜବତ ହୋଇଛି। ୪୭୦ ଗ୍ରାମ ସୁନା ମିଳିଛି। ନହରକଣ୍ଟାରେ ୨ ମହଲା ଫ୍ଲାଟ ଯାହାର ମୁଲ୍ୟ ୮୯ ଲକ୍ଷ ଆକଳନ ହୋଇଛି। ପ୍ରକୃତ ମୁଲ୍ୟ ଅଧିକହେବ ବୋଲି ଭିଜିଲାନ୍ସ ଆକଳନ କରୁଛି। ରସୁଲଗଡ଼ ଆସିଆନା ଅପାର୍ଟମେଣ୍ଟରେ ଫ୍ଲାଟ ରହିଛି। ଭୁବନେଶ୍ୱର ଓ ଜଗତସିଂହପୁର ରେ ୧୦ଟି ପ୍ଲଟ ରହିଛି। ସ୍ତ୍ରୀଙ୍କୁ ନାରେ ସିମେଣ୍ଟ ଗୋଦାମ ରହିଛି। ୨ କୋଟି ୪୮ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ, FD, ଇନ୍ସୁରାନ୍ସ ପ୍ରିମିୟମ ଅଛି। ତାଙ୍କର ସନ୍ଦେହଜନକ  ବ୍ୟାଙ୍କ ଆକାଉଣ୍ଟ ରହିଛି। ବିଭିନ୍ନ ଫାର୍ମ ସହ ଏଗ୍ରିମେଣ୍ଟ ଥିବା ଭିଜିଲାନ୍ସ ପାଇଛି।

Leave A Reply

Your email address will not be published.